July 28, 2026
IMG-20260728-WA0034
Share

 

ବାଲେଶ୍ୱର ( ଦେବାଶିଷ ଦାଶ )

 

 

ବାଲେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭୬୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଆସିଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ, ଅବକାରୀ ଉପଅଧିକ୍ଷକ ସ୍ୱପ୍ନା ରାଣୀ ସାହୁ ଓ ନୀଳଗିରି ରେଞ୍ଜ ନିରୀକ୍ଷକ କେଶବ ଦାସଙ୍କ ତତ୍ତ୍ୱାବଧାନରେ ସୋର ଓ ଖଇରା ଅବକାରୀ ଥାନାର ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ସୋର ଥାନା ଅନ୍ତର୍ଗତ ନଦିଗାଁ ଗ୍ରାମରେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ନଦିଗାଁ ଗ୍ରାମର ସତ୍ୟନାରାୟଣ ସେଠୀଙ୍କ ନିକଟରୁ ୭୬୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।