ତିର୍ତୋଲ ସାମ୍ବାଦିକ ସଙ୍ଘର ବରିଷ୍ଠ ସାମ୍ବାଦିକ ଙ୍କ ପିତୃ ବିୟୋଗ…..
ତିର୍ତୋଲ
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ବାଫାପୁର ଗ୍ରାମର ଜଣେ ମୁରବି ଶ୍ରୀଯୁକ୍ତ ନଟବର ପୃଷ୍ଟି ଙ୍କ ର (୯୮)ବର୍ଷରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ରୁ ତାଙ୍କ ନିଜ ବାସଭବନରେ ପରଲୋକ ଘଟିଛି । ସେ ଜଣେ ମିଷ୍ଟ ଭାସି, ଧର୍ମପରାୟଣ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ଦେହାନ୍ତରେ ଏ ଅଞ୍ଚଳ ରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଗଲା । ତାଙ୍କ ଦେହାନ୍ତ ରେ ଜିଲ୍ଲାର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ତଥା ବରିଷ୍ଠ ସାମ୍ବାଦିକ ସୁଧାଂଶୁ ଶେଖର ପୃଷ୍ଟି ସମେତ, ପତ୍ନୀ ଓ ତିନି ଝିଅ ଉପସ୍ଥିତ ଥିଲେ । ତାଙ୍କର ଦେହାନ୍ତ ଖବର ପାଇ ତିର୍ତୋଲ ସାମ୍ବାଦିକ ସଂଘର ସଭାପତି ପ୍ରଭାତ କୁମାର ପରିଡା ଓ ଅନ୍ୟ ସମସ୍ତ ସଭ୍ୟ ମାନେ ତାଙ୍କ ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କର ଗ୍ରାମ ସ୍ମଶାନ ରେ ଶେଷକୃତ୍ୟ କରାଯାଇ ଥିଲା ।
