ଶିଶୁ ବାଟିକାର ଜ୍ଞାନ ବିଜ୍ଞାନ ମେଳା, ୫୪ଟି ପ୍ରକଳ୍ପ ପ୍ରଦର୍ଶିତ
ବୁଗୁଡ଼ା : ତା ୨୮/୦୭/୨୬ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅରୁଣ, ଉଦୟ ଓ ପ୍ରଭାତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପକ୍ଷରୁ ମୋଟ ୫୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଅରୁଣ ଶ୍ରେଣୀ ପାଇଁ ଆମ ଶରୀରର ଅଙ୍ଗ, ଉଦୟ ଶ୍ରେଣୀ ପାଇଁ ଉଦ୍ଭିଦର ବିଭିନ୍ନ ଅଂଶ ଏବଂ ପ୍ରଭାତ ଶ୍ରେଣୀ ପାଇଁ ସ୍ବାସ୍ଥ୍ୟକର ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଆଦି ବିଷୟବସ୍ତୁ ସମ୍ପର୍କେ ପ୍ରକଳ୍ପମାନ ରହିଥିଲା। ଗୁରୁମା ସରୋଜା ପଟ୍ଟନାୟକ, ସୁଜାତା ମହାପାତ୍ର, ସୁଜାତା ଗୌଡ, ରଶ୍ମିତା କୁମାରୀ ଜେନା, ଅର୍ଚ୍ଚନାମୟୀ ପାତ୍ର, ତେଜସ୍ବିନୀ ମିଶ୍ର, ଦିପ୍ତିମୟୀ ସାହୁ, ପ୍ରତିମା କୁମାରୀ ସାହୁ, ଲିଜା ପାତ୍ର ପ୍ରମୁଖ ବିଚାରକମାନଙ୍କ ଦ୍ବାରା ପ୍ରକଳ୍ପଗୁଡ଼ିକୁ ମୂଲ୍ୟାଙ୍କନ ପୂର୍ବକ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ଏଥିରେ ଅରୁଣ ଶ୍ରେଣୀର ଶାଶ୍ବତ ତ୍ରିପାଠୀ-୧ମ , ଆଦ୍ଯାଶା ସେଠୀ-୨ୟ , ତ୍ରିଶା ଦାଶ-୩ୟ ଏବଂ ଉଦୟ ଶ୍ରେଣୀର ଶୁଭଲକ୍ଷ୍ମୀ ନାହାକ-୧ମ ,ହର୍ଷିତା ସ୍ବାଇଁ-୨ୟ , ଶ୍ରୀତମ କୁମାର ସାହୁ-୩ୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରଭାତ ଶ୍ରେଣୀର ଲିପସା ପ୍ରଧାନ-୧ମ, ଶୁଭାଶିଷ ମହାପାତ୍ର-୨ୟ, ଆନଭି ମହାପାତ୍ର-୩ୟ ସ୍ଥାନ ହାସଲ କରିଥିଲେ। ତେବେ ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ପ୍ରମୋଦ ଚନ୍ଦ୍ର ସେନାପତିଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ସମ୍ପାଦକ ବିଶ୍ବ ମୋହନ ମିଶ୍ର ଓ କୋଷାଧକ୍ଷ ତ୍ରିଲୋଚନ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ପ୍ରଧାନାଚାର୍ଯ୍ଯ ଚଣ୍ଡି ପ୍ରସାଦ ବେହେରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପରିଶେଷରେ ଶିଶୁ ବାଟିକା ପ୍ରମୁଖ ଗୁରୁମା ମମତା କୁମାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
