July 30, 2026

ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ର 

IMG-20260728-WA0044
Share

ବୁଗୁଡା : ତା ୨୮/୦୭/୨୬ : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ କଲେଜ ସଭାଗୃହରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରର ବିଷୟବସ୍ତୁ “ପଲିଟିକାଲ୍ ସାଇନ୍ସ ଇନ୍ ଟ୍ବାଣ୍ଟି-ଫାଷ୍ଟ ସେଞ୍ଚୁରୀ : ରିଲେଭାନ୍ସ, ଚ୍ଯାଲେଞ୍ଜସ୍ ଏଣ୍ଡ ଫ୍ଯୁଚର ପ୍ରସପେକ୍ଟସ୍” ରହିଥିଲା। କଲେଜ ଅଧ୍ୟକ୍ଷ ଭଗବାନ ଶତପଥୀଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ପାଠଚକ୍ର କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ, ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ମୁଖ୍ୟ ବକ୍ତା ଭାବେ କେନ୍ଦୁପଦର ଏନବିସି କଲେଜ ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ପ୍ରମୁଖ ଯୋଗ ଦେଇ ଏକବିଂଶ ଶତାବ୍ଦୀରେ ରାଜନୀତି ବିଜ୍ଞାନର ପ୍ରାସଙ୍ଗିକତା, ଆହ୍ବାନ ଏବଂ ଭବିଷ୍ଯତ ସମ୍ଭାବନା ସମ୍ପର୍କେ ଆଲୋକପାତ କରିଥିଲେ। ଏ ଅବସରରେ ଛାତ୍ର ସୋମିତ୍ ପରିଡା, ଛାତ୍ରୀ ଦିପ୍ତିମୟୀ ଡାକୁଆ ଓ ଶ୍ରଦ୍ଧା ବେହେରା ପାଠଚକ୍ରର ସନ୍ଦର୍ଭ ପାଠ କରିଥିଲା ବେଳେ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ପାଠଚକ୍ରର ବିଷୟବସ୍ତୁ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏଥି ସହ ବରେଣ୍ୟ ମୁଖ୍ଯ ବକ୍ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଉଷା ସେଠୀ, ପ୍ରିୟାଙ୍କା ଗୌଡ, ସ୍ମୃତି ଗୌଡ ପ୍ରମୁଖ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ପରିଶେଷରେ ସେମିନାର ସେକ୍ରେଟାରୀ ପୁଷ୍ପିତା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।