November 13, 2026

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୩୦୦ରୁ ଊର୍ଦ୍ଧ୍ୱ ଔଷଧୀୟ ଗଛକୁ ନେଇ ‘ପରାଶର’ ଉଦ୍ୟାନ ଉଦ୍‌ଘାଟିତ

IMG-20261113-WA0014
Share

ସୁନାବେଡ଼ା: ଆଦିବାସୀଙ୍କ ପାରମ୍ପରିକ ଚିକିତ୍ସା ପଦ୍ଧତି ଓ ଔଷଧୀୟ ବୃକ୍ଷଲତାର ସଂରକ୍ଷଣ ଦିଗରେ କୋରାପୁଟ ଜିଲ୍ଲା ପାଇଁ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ୩୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଔଷଧୀୟ ବୃକ୍ଷକୁ ନେଇ ‘ପରାଶର ଟ୍ରାଇବାଲ୍ ମେଡିସିନାଲ୍ ପ୍ଲାଣ୍ଟ ଗାର୍ଡେନ୍’ ଉଦ୍‌ଘାଟିତ ହୋଇଛି।

ଗତ ଗୁରୁବାର ନଭେମ୍ବର ୧୨ ତାରିଖରେ ଭାରତ ସରକାରଙ୍କ ଜନଜାତି ମନ୍ତ୍ରଣାଳୟର ସହଯୋଗରେ ଏବଂ CSIR–ଜାତୀୟ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (NBRI), ଲକ୍ଷ୍ନୌ ପକ୍ଷରୁ ଏକ ଦୁଇଦିନିଆ ଜାତୀୟ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।

ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିବାସୀ ଅଞ୍ଚଳରେ ରହିଥିବା ଦୁର୍ଲଭ ଔଷଧୀୟ ବୃକ୍ଷର ସଂରକ୍ଷଣ, ପାରମ୍ପରିକ ଚିକିତ୍ସା ଜ୍ଞାନର ବୈଜ୍ଞାନିକ ଲିପିବଦ୍ଧକରଣ ଏବଂ ଆଦିବାସୀ ସମ୍ପ୍ରଦାୟର ଆର୍ଥିକ ଓ ଜୀବିକା ବିକାଶ।(ଗୁପ୍ତେଶ୍ଵର ରଥ କୋରାପୁଟ)