November 13, 2026

ଗାଇସିଲେଟ ବ୍ଲକରେ ୭୭୭ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

IMG-20261113-WA0041
Share

 

 

ଗାଇସିଲେଟ : (ସୁଦାମ ଦୀପ)ସାମାଜିକ ସୁରକ୍ଷା ଯୋଜନାକୁ ଅଧିକ ସୁଦୃଢ଼ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସହାୟତା ପହଞ୍ଚାଇବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଗାଇସିଲେଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ଯୋଗଦେଇ ୭୭୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ।ଦୀର୍ଘଦିନ ଧରି ଭତ୍ତା ପାଇବାକୁ ଅପେକ୍ଷା କରିଥିବା ହିତାଧିକାରୀମାନେ ଏହି ସୁବିଧା ପାଇବା ପରେ ସେମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଥିଲା। ଏହାଦ୍ୱାରା ବହୁ ଯୋଗ୍ୟ ହିତାଧିକାରୀଙ୍କ ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିବା ସହ ସେମାନଙ୍କ ଜୀବନରେ ନୂଆ ଆଶା ସଞ୍ଚାର ହୋଇଛି।ଏହି ଅବସରରେ ଗାଇସିଲେଟ ବିଡିଓ ଲକ୍ଷ୍ମଣ ମାଝୀ, ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନର କର୍ମଚାରୀମାନେ ଉପସ୍ଥିତ ଥିଲେ। ଜନସେବାକୁ ସଂକଳ୍ପ ଏବଂ ଜନସାଧାରଣଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ ସମାଜର ଅସହାୟ, ବୃଦ୍ଧବୃଦ୍ଧା ଓ ଯୋଗ୍ୟ ବର୍ଗଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଉପରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱାରୋପ କରିଥିଲା।