ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବିଜ୍ଞାନ ପ୍ରଦର୍ଶନୀ
ବେଗୁନିଆ,(ଉପାନ୍ତ ଖବର ମାନସ ରଞନ କର)ତା -୧୩/୧୧:ବେଗୁନିଆ ମଣ୍ଡଳ ଅନ୍ତର୍ଗତ ପିଏମ୍ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବିଜ୍ଞାନ ପ୍ରଦର୍ଶନୀ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି |କନିଷ୍ଠ ବିଭାଗରେ ଷଷ୍ଠରୁ ଅଷ୍ଟମ ଓ ବରିଷ୍ଠ ବିଭାଗରେ ନବମ ଓ ଦଶମ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ସମୁଦାୟ ୧୦୭ ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ |ବିଜ୍ଞାନ ଶିକ୍ଷୟିତ୍ରୀ ମୋହିନୀକାନ୍ତି ଦାସଙ୍କ ତତ୍ତ୍ୱାବଧାନରେ ଉକ୍ତ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା |ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସାମନ୍ତରାୟ ଓ ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ମାର୍ଗଦର୍ଶନରେ ବରିଷ୍ଠ ଏବଂ ଆଶା ମୁର୍ମୁ ଓ ରିଶ୍ମା ରଶ୍ମି ପାଇକରାୟଙ୍କ ମାର୍ଗଦର୍ଶନରେ କନିଷ୍ଠ ପ୍ରତିଯୋଗୀ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ |ପିଏମ୍ ଶ୍ରୀ ବିଜ୍ଞାନ ମେଳା ପ୍ରଦର୍ଶନୀ ଗ୍ରାମପଞ୍ଚାୟତର ସରପଞ୍ଚ ସତ୍ୟନାରାୟଣ ପ୍ରଧାନ ଉଦ୍ ଘାଟନ କରିଥିଲେ | ବିଚାରକ ରୂପେ ଶିକ୍ଷକ ସୌମ୍ୟରଞ୍ଜନ ମାଝି ଓ ତନ୍ମୟ କୁମାର ଖୁଣ୍ଟିଆ ୧ମ ଠାରୁ ୫ମ କୃତି ପ୍ରତିଯୋଗୀ ଚୟନ କରିଥିଲେ |ବରିଷ୍ଠ ବିଭାଗରେ ଶ୍ରୀଜିତ୍ ପରିଡା,ଆଦିତ୍ୟ କୁମାର ବେହେରା ,କାର୍ତ୍ତିକ ଲେଙ୍କା,ସିପୁନ୍ କୁମାର ନିଶଙ୍କ,ସ୍ମୃତିରଞ୍ଜନ ପଣ୍ଡା ଏବଂ କନିଷ୍ଠ ବିଭାଗରେ ପ୍ରିୟଦର୍ଶିନୀ ବାରିକ,ସାଇପ୍ରକାଶ ପରିଡା,ଆୟୁଷ ରଞ୍ଜନ ସାହୁ,ସାଇ ପ୍ରସାଦ ପାଲଟାସିଂହ ଓ ପୀୟୂଷ ସାମନ୍ତରାୟ, ଯଥାକ୍ରମେ ପ୍ରଥମ, ଦ୍ୱିତୀୟ,ତୃତୀୟ,ଚତୁର୍ଥ ଓ ପଞ୍ଚମ ସ୍ଥାନ ପ୍ରାପ୍ତ ହୋଇ ଅତିଥିମାନଙ୍କଠାରୁ ପ୍ରମାଣ ପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ |ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବେଗୁନିଆ ଥାନା ନିରୀକ୍ଷକ ସୁକାନ୍ତ ଦଳେଇ,ବୋଲଗଡ ମଣ୍ଡଳ ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମଚରଣ ବେହେରା,ଆଧ୍ୟାତ୍ମିକ ପ୍ରବକ୍ତା ପୂର୍ଣ୍ଣଚନ୍ଦ୍ର ବେହେରା ,ବେଗୁନିଆ ଗ୍ରାମ୍ୟ ଉନ୍ନୟନ କମିଟିର ଅଧ୍ୟକ୍ଷ ମାୟାଧର ମାର୍ଥା,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବାରିକ ଓ ଉପାଧ୍ୟକ୍ଷା ରୀନା ପ୍ରଧାନ ଓ ସମାଜସେଵୀ ଭବାନୀ ଶଙ୍କର ଜୟସିଂହ ସମ୍ମାନିତ ଅତିଥିରୂପେ ଯୋଗଦାନ କରିଥିଲେ |ଉକ୍ତ ବୈଠକରେ ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷକ ସୌମ୍ୟରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |ଶିକ୍ଷକ ହିମାଂଶୁ ଭୂଷଣ ସ୍ୱାଇଁ ,ପ୍ରଭାତ କୁମାର ନିଶଙ୍କ ,ଶ୍ରୀକାନ୍ତ ପଣ୍ଡା ,ଜ୍ଞାନ ରଞ୍ଜନ ମହାଳିକ ସହଯୋଗ କରିଥିଲେ |
