ସାନସଦ୍ ଇଫା କମ୍ପାନୀଙ୍କୁ ବଦନାମ୍ କରୁଛନ୍ତି ଜଣେ ଡାଇରେକ୍ଟର
ପାରାଦ୍ଵୀପରେ ଥିବା ସାନସଦ୍ କମ୍ପାନୀକୁ ବଦନାମ୍ କରିବା ପାଇଁ ଡ଼ାଇରେକ୍ଟର ରାଜେନ୍ଦ୍ର ଦାସ ଷଡ଼ଯନ୍ତ୍ର କରିଛନ୍ତି ।ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ରାଜେନ୍ଦ୍ର ଦାସଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ଉମାକାନ୍ତ ପରିଜା।ସାନସଦ୍ କମ୍ପାନୀରେ ୫ଜଣ ଡାଇରେକ୍ଟର ଅଛନ୍ତି ବୋଲି ସମସ୍ତ ଡକ୍ୟୁମେଣ୍ଟ ରହିଛି।ତେବେ ସାନସଦ୍ କମ୍ପାନୀ ଦୀର୍ଘ ୫ବର୍ଷ ହେବ ଗଢ଼ି ଉଠିଥିବା ବେଳେ ରାଜେନ୍ଦ୍ର ଦାସ ଡାଇରେକ୍ଟର ରହି କିଛି ଟଙ୍କା ଇନଭେଷ୍ଟ କରିଥିବା ନେଇ ସମ୍ପୂର୍ଣ୍ଣ ତଥ୍ୟ ମଧ୍ଯ ରହିଛି।ମାତ୍ର ଯେଉଁ ଟଙ୍କା ଇନଭେଷ୍ଟ କରିଛନ୍ତି ତାହା ବ୍ୟାଙ୍କ ଥ୍ରୁରେ ହୋଇଛି।ରାଜେନ୍ଦ୍ର ଦାସ ଯେଉଁ ୩କୋଟି ଟଙ୍କା ଦେଇଥିବା କହିଛନ୍ତି।ଏହି ସାନସୁଦ୍ କମ୍ପାନୀରେ କାମ କରିବା ଭିତରେ ଯାହା ଇନିଭେଷ୍ଟ୍ ପାଇଁ ରାଜେନ୍ଦ୍ର ଟଙ୍କା ଦେଇଥିଲେ କମ୍ପାନୀ ପକ୍ଷରୁ ଭୂତମୁଣ୍ଡାଇ ଠାରେ ଏକ ବିଲ୍ଡିଂ ପାଇଛନ୍ତି।ତେବେ ରଙ୍ଗିଆଗଡ଼ ମୌଜାରେ ରାଜେନ୍ଦ୍ରଙ୍କ ନାମରେ ୧ କୋଟି ୫୦ଲକ୍ଷର ଜମି ବଳବତ୍ତର ରହିଛି ଓ ୧କୋଟି ୬୦ଲକ୍ଷ ଟଙ୍କାର ଚେକ୍ ନେଇଛନ୍ତି।ସେ ୩କୋଟି ୧୦ଲକ୍ଷ ଟଙ୍କାର ଚେକ୍ ଆଣିଲେ କେଉଁଠୁ ଓ କାହିଁକି ସୋସିଆଲ ମିଡ଼ିଆରେ ବଦନାମ୍ କରୁଛନ୍ତି ତାହା ତଦନ୍ତ ସପେକ୍ଷା ବୋଲି ଉମାକାନ୍ତ କହିଛନ୍ତି।
( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
