October 4, 2026

ବିଜେବି ହାଇସ୍କୁଲର ୧୨୫ତମ ଜୟନ୍ତୀ ଉତ୍ସବରେ ରାଜ୍ୟପାଳ

IMG-20261004-WA0008
Share

 

 

ଖୋର୍ଦ୍ଧା: (ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧାସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ହାଇସ୍କୁଲର ୧୨୫ତମ ଜୟନ୍ତୀ ଉତ୍ସବରେ ଯୋଗଦେଇଛନ୍ତି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପତି। ରବିବାର ଆୟୋଜିତ ଏହି ଗୌରବମୟ ଉତ୍ସବରେ ରାଜ୍ୟପାଳ ଯୋଗଦେଇ ବିଦ୍ୟାଳୟର ଦୀର୍ଘ ୧୨୫ ବର୍ଷର ଶିକ୍ଷା ଓ ସାମାଜିକ ଅବଦାନକୁ ସ୍ମରଣ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର, ଶିକ୍ଷକ, ଅଭିଭାବକ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସମାଗମରେ ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ରାଜ୍ୟପାଳଙ୍କ ଯୋଗଦାନକୁ ନେଇ ବିଦ୍ୟାଳୟ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଥିଲା।