November 19, 2026

ଜରଡ଼ା ଆର୍ଯ୍ୟ ସମାଜ ର ବାର୍ଷିକ ଉତ୍ସବ ପାଳିତ..

IMG-20261118-WA0058
Share

.ଚିକିଟି ଶୁଭଶ୍ରୀ ପ୍ରଧାନ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡ଼ା ଗଦ ରଥ ଦାଣ୍ଡ ଠାରେ ଆର୍ଯ୍ୟ ସମାଜ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବ ସହିତ ୫୧ କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ ଓ ସାମୁହିକ କର୍ଣ୍ଣବେଧ ସଂସ୍କାର ସମାରୋହ ମଙ୍ଗଳବାର ଆୟୋଜନ କରାଯାଇଥିଲା।ଡ. ଉଷା ପାଢୀ (ବାପ୍ରସ୍ଥିନୀ) ଭଞ୍ଜନଗର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଉତ୍କଳ ଆର୍ଯ୍ୟ ପ୍ରଦେଶର ବିଦ୍ୱାନ ମାନେ ମାର୍ଗ ଦର୍ଶନ ଦେଇଥିବା ବେଳେ ସମାଜ ସଂସ୍କାରକ ତଥା ଟି ଭି ପ୍ରବଚକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ପ୍ରବଚନ ଦେଇଥିଲେ। ଆଖ ପାଖ ଅଞ୍ଚଳର ଆର୍ଯ୍ୟ ପରିବାର ଓ ବହୁ ଶ୍ରୋତା ଯୋଗ ଦେଇ ପ୍ରବଚନ ଶୁଣିଥିବା ବେଳେ ହଜାର ହଜାର ଲୋକ ପ୍ରସାଦ ସେବନ କରିଥିଲେ। ଆଚାର୍ଯ୍ଯ ଶୃତିପ୍ରୀୟ ଶାସ୍ତ୍ରୀଜୀ, ଆଚାର୍ଯ୍ଯ ବାମଦେବ,ହରିବନ୍ଧୁ ମାହାପାତ୍ର ଓ ଆଚାର୍ଯ୍ୟ ବିଶ୍ୱନାଥ ଶାସ୍ତ୍ରୀ ନିବେଦକ ରହିଥିବା ବେଳେ ସୁଶୀଳ ବାଡତ୍ୟା ଓ ମମତା ମୁଖ୍ୟ ଯଜ୍ଞ କର୍ତ୍ତା ସାଜିଥିଲେ।ଜରଡ଼ା ଗଡ ଆର୍ଯ୍ୟ ସମାଜ ପରିବାର ର ସଂଚାଳକ ନରସିଂହ ମହରଣା, ସଭାପତି ଅହଲ୍ୟା ମୁନି, ଉପ ସଭାପତି ଭାରତୀ ଶବର ,କୋଷାଧ୍ୟକ୍ଷ ପ୍ରମିଳା ମହାରଣା, ବ୍ରହ୍ମ କୁମାରୀ ସୁବୁଦ୍ଧି , ଦିବାକର ଆଚାରୀ , ମଞ୍ଜୁଲତା ବାଡତ୍ୟା ଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଅଞ୍ଚଳବାସୀ ଜରଡ଼ା ଆର୍ଯ୍ୟ ସମାଜ ପରିବାର କୁ ସାଧୁବାଦ ଜଣାଇଥିଲେ।

You may have missed