ବହି ପଢ଼, ଜ୍ଞାନର ପେଡ଼ି ଖୋଲିଯିବ”‘ଜାତୀୟ ପୁସ୍ତକ ସପ୍ତାହ’ ପାଳନ ଅବସରରେ ‘ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର’ ତରଫରୁ ଇତି ମଧ୍ୟରେ ଧନକଉଡ଼ା ବ୍ଲକ୍ ର ଗଡମୁଣ୍ଡ..
“ବହି ପଢ଼, ଜ୍ଞାନର ପେଡ଼ି ଖୋଲିଯିବ”‘ଜାତୀୟ ପୁସ୍ତକ ସପ୍ତାହ’ ପାଳନ ଅବସରରେ ‘ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର’ ତରଫରୁ ଇତି ମଧ୍ୟରେ ଧନକଉଡ଼ା ବ୍ଲକ୍ ର ଗଡମୁଣ୍ଡl ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ମାନେଶ୍ୱର ବ୍ଲକ୍ ର ଜଗନ୍ନାଥ ବିଦ୍ୟାଳୟ, ଝlଙ୍କର୍ ପାଲି ଠାରେ ପିଲାଙ୍କ ମଧ୍ୟରେ ବତ୍କୃତl ପ୍ରତିଯୋଗିତା ଆୟୋଜନ କରl ଯାଇଥିଲl l ‘ଆମେ ବହି ପଢ଼ିବା କାହିଁକି’ ପ୍ରସଙ୍ଗ ଉପରେ ପିଲାମାନେ ନିଜ ନିଜ ଦୃଷ୍ଟିକୋଣ ରୁ ଆଲୋଚନା କରିଥିଲେ lଗଡମୁଣ୍ଡl ହାଇସ୍କୁଲ୍ ରେ କୁମାରୀ ଶ୍ରୀୟା ବାଗ – ପ୍ରଥମ, କୁମାରୀ ହଂସିକl ପ୍ରଧାନ – ଦ୍ୱିତୀୟ ତଥା କୁମାରୀ ସ୍ୱାତୀ ବୁଡ଼େକ୍ – ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ବେଳେ, ଝlଙ୍କରପାଲି ହାଇସ୍କୁଲ୍ ରେ ଶ୍ରୀ ଭରତ ପୋଢ଼ – ପ୍ରଥମ, କୁମାରୀ ପ୍ରଭାସିନୀ ନାୟକ – ଦ୍ୱିତୀୟ ତଥା କୁମାରୀ ମନିଷ୍କl ପଣ୍ଡା – ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ lଉଭୟ ସ୍ଥାନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗିତା କରିଥିଲେ lପବ୍ଲିକ ଲାଇବ୍ରେରୀ ତରଫରୁ ସଭ୍ୟ-ସମ୍ପାଦକ ଶ୍ରୀ ରଘୁନାଥ ମିଶ୍ର, ଶ୍ରୀ ପୃଥିରାଜ ମିଶ୍ର, ଡକ୍ଟର୍ ଗିରିଧାରୀ ହୋତା, ଶ୍ରୀ ଉଦିତ ଚନ୍ଦ୍ର ପlଟ୍ଟଯୋଶୀ ଓ ପ୍ରଫେସର ଧନେଶ୍ୱର ମେହେର ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ l ଶ୍ରୀ ଶିବ ଶଙ୍କର ଷଡ଼ଙ୍ଗୀ ଉଭୟ ବିଦ୍ୟାଳୟରେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l
