ବ୍ରହ୍ମଗିରି ରେ ସଞ୍ଜୟଙ୍କ ଖେଳ, ସରକାରୀ ଦଳ ପାଇଁ ସାଜୁଛି କାଳ..
ହଁ ଆଜ୍ଞା ଆମେ କହିବାକୁ ଚାହୁଁଛୁ ପୁରୀଜିଲ୍ଲା ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦ ବ୍ଲକର ବିଜୁ ଜନତା ଦଳ ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଯୋଜନାବର୍ଡ ଅଧକ୍ଷ ସଞ୍ଜୟ ଦାସବର୍ମାଙ୍କ କଥା l ୨୦୧୯ନିର୍ବାଚନ ରେ ବ୍ରହ୍ମଗିରି ରୁ ହାରିବାପରେ ୨୦୨୪ନିର୍ବାଚନ ରେ ସତ୍ୟବାଦୀରୁ ପ୍ରାର୍ଥୀ ହେଲାବେଳେ ବ୍ରହ୍ମଗିରି ରେ ବିରୋଧୀମାନେ ସଞ୍ଜୟଙ୍କ ସମର୍ଥକଙ୍କୁ ଆକ୍ଷେପକରି ବିଭିନ୍ନ କଟୁକଥା କହିଥିଲେ l ହେଲେ ଏହି କଥାକୁ ସଞ୍ଜୟଙ୍କ ସମର୍ଥକମାନେ ଭ୍ରୁକ୍ଷେପ କରିନଥିଲେ l ୨୦୨୪ପରେ ବ୍ରହ୍ମଗିରି କୁସୁବେଣ୍ଟି ଗ୍ରାମପଞ୍ଚାୟତରେ ଦେଖାଯାଇଥିଲା ବଡ ସମସ୍ୟା l ହରିଦାସ ଏବଂ ଜଗଦଳ ଭିତରେ କେନାଲ ଖୋଳାକୁ ନେଇ ପୁରୀ ପୋଲିସ ପକ୍ଷରୁ ହରିଦାସର ପୁରୁଷ ଏବଂ ମହିଳା ମାନଙ୍କୁ ମାଡ଼ମାରି ଜୋରଜବରଦସ୍ତ ଜେଲ ହାଜତକୁ ପଠାଇଦିଆଯାଇଥିଲା l ସେହି ସମୟରେ ସଞ୍ଜୟ ଦାସବର୍ମା ହରିଦାସ ଗ୍ରାମବାସୀ ଏବଂ ନିଜ ସମର୍ଥକ ମାନଙ୍କ ସହିତ ଅହୋରାତ୍ର ଥାନା ବାରଣ୍ଡାରେ ଧାରଣାରେ ବସିବା ସହିତ ପରଦିନ ହଜାରହଜାର ସମର୍ଥକଙ୍କୁ ନେଇ ରାସ୍ତାରୋକ କରିଥିଲେ ଏବଂ ଶେଷରେ ସଫଳତା ପାଇଥିଲେ ସଞ୍ଜୟ, ଜେଲରୁ ମୁକୁଳିଥିଲେ ହରିଦାସ ଗ୍ରାମବାସୀ l ଏବେବି ପୂର୍ବତନ ମୁଖ୍ୟମନ୍ତ୍ରୀ ସଞ୍ଜୟ ଦାଶବର୍ମାଙ୍କ ଉପରେ ରାଜ୍ୟ ରାଜନୀତି ରେ ସମ୍ପୂର୍ଣ୍ଣ ଆଶା ପ୍ରକଟ କରିଛନ୍ତି l ଗତକାଲି ସଞ୍ଜୟ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଗୋଟିଏ ଜିଲ୍ଲାପରିଷଦ ଜୋନ ରୁ ସାତୋଟି ଗ୍ରାମପଞ୍ଚାୟତର ପାଞ୍ଚହଜାରରୁ ଉର୍ଦ୍ଧ ସମର୍ଥକଙ୍କୁ ନେଇ ଜନସମ୍ପର୍କ ପଦଯାତ୍ରା ରାୟବିଧାର ଠାରୁ ଆରମ୍ଭକରି ତଳମାଳଠାରେ ସମ୍ପନ୍ନ କରିବା ସହିତ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ଏହି ସଭା କାର୍ଯ୍ୟକ୍ରମକୁ ସଞ୍ଜୟଙ୍କ ସହିତ ସମସ୍ତ ନେତୃମଣ୍ଡଳୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ମଞ୍ଚାସିନ ହୋଇଥିଲେ l ବର୍ତ୍ତମାନର ସରକାର ଶିକ୍ଷା, କୃଷି, ଗମନାଗମନ, ପିଇବା ପାଣି ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଗୁଡିକ ରେ ଦୀର୍ଘ ସାଢେସାତବର୍ଷ ହେବ ବର୍ତ୍ତମାନର ସରକାର ଭାରତୀୟ ଜନତା ପାର୍ଟି ବିଫଳ ହେବା ସହିତ ପରିବାରବାଦ ରାଜନୀତି ଯଥା ଲୁଲୁଙ୍କ ଭାଇ ବେବି ମହାପାତ୍ର ପରେପରେ ଝିଅ ଉପାସନା ମହାପାତ୍ରଙ୍କୁ ଭୋଟ ଦେଇ ବିଭିନ୍ନ ସମସ୍ୟାର ସାମ୍ନା କରିବା ସହିତ ସାତପଡ଼ା ରୁ ଜହ୍ନିକୁଦା ବ୍ରିଜ ସ୍ବପ୍ନ ହୋଇ ରହିଗଲା ବୋଲି ନିଜ ଅଭିଭାଷଣ ରେ କହିଥିଲେ ସଞ୍ଜୟ ଦାଶବର୍ମା l ସଞ୍ଜୟଙ୍କର ଏଭଳି ଖେଳ ଦେଖି ବିଜେପି କର୍ମୀମାନେ ପଞ୍ଚାୟତ ନିର୍ବାଚନ ପାଇଁ ଛାନିଆ ହେଲେଣି ବୋଲି ଶୁଣିବାକୁ ମିଳୁଛି l ଏହି କାର୍ଯ୍ୟକ୍ରମ ରେ ସଞ୍ଜୟଙ୍କ ସହିତ ବ୍ଲକ ସଭାପତି ବିଦ୍ୟାଧର ସ୍ୱାଇଁ, ରାଜ୍ୟ ଉପସଭାପତି ଜୟନ୍ତ ମହାନ୍ତି, ବ୍ରହ୍ମଗିରି ବ୍ଲକ ଅଧକ୍ଷା, ଉପାଧକ୍ଷା, ଜିଲ୍ଲାପରିଷଦ ସଭ୍ୟଙ୍କ ସହିତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ସମିତିସଭ୍ୟ ମାନେ ମଞ୍ଚାସିନ ଥିଲେ l ଆଗକୁ ଦେଖିବାକୁ ରହିଲା ପଞ୍ଚାୟତ ନିର୍ବାଚନ ରେ ବାଜିମାତ କାହାର l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
