September 28, 2026

ହୀରାକୁଦରେ ବଢୁଛି ଜଳସ୍ତର, ଖୋଲା ୨୮ ସ୍ଲୁଇସ୍‌ ଗେଟ୍‌ ହାରାହାରି ଜଳପ୍ରବେଶ ୬.୦୪ ଲକ୍ଷ, ନିଷ୍କାସନ ୪.୯୬ ଲକ୍ଷ କ୍ୟୁସେକ୍‌

IMG-20260928-WA0001
Share

 

 

ସମ୍ବଲପୁର, ୨୮/୦୯: ହୀରାକୁଦ ନଦୀବନ୍ଧ ଜଳଭଣ୍ଡାରରେ ଜଳସ୍ତର ପୁଣି ବୃଦ୍ଧି ପାଇଛି। ୨୭ ସେପ୍ଟେମ୍ବର ରାତି ୧୨ଟାର ରିପୋର୍ଟ ଅନୁଯାୟୀ ଜଳଭଣ୍ଡାରର ଜଳସ୍ତର ୬୨୮.୭୧ ଫୁଟ୍‌ ରହିଥିବା ବେଳେ ଏହା ଊର୍ଦ୍ଧ୍ୱମୁଖୀ ରହିଛି। ଜଳ ନିଷ୍କାସନ ପାଇଁ ମୋଟ ୨୮ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଏଥିରୁ ବାମପାର୍ଶ୍ୱର ୧୯ଟି ଓ ଡାହାଣପାର୍ଶ୍ୱର ୯ଟି ଗେଟ୍‌ ରହିଛି।

 

ରିପୋର୍ଟ ଅନୁସାରେ, ଜଳଭଣ୍ଡାରକୁ ହାରାହାରି ୬,୦୪,୦୦୩ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ମୋଟ ୪,୯୬,୦୦୨ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ସ୍ପିଲ୍‌ୱେ ଦେଇ ୪,୫୭,୩୫୨ କ୍ୟୁସେକ୍‌, ପାୱାର ଚ୍ୟାନେଲ ଦେଇ ୩୪,୨୪୧ କ୍ୟୁସେକ୍‌, ଶିଳ୍ପ ବ୍ୟବହାର ପାଇଁ ୨୨୧ କ୍ୟୁସେକ୍‌ ଏବଂ ବିଭିନ୍ନ କେନାଲ ଦେଇ ୪,୧୮୮ କ୍ୟୁସେକ୍‌ ଜଳ ଛଡ଼ାଯାଉଛି।କେନାଲ ମଧ୍ୟରୁ ବିଏମ୍‌ସିକୁ ୩,୫୮୩ କ୍ୟୁସେକ୍‌, ଏସ୍‌ଏମ୍‌ସିକୁ ୫୦୦ କ୍ୟୁସେକ୍‌ ଏବଂ ସମ୍ବଲପୁର ଜିଲ୍ଲା କେନାଲକୁ ୧୦୫ କ୍ୟୁସେକ୍‌ ଜଳ ଯୋଗାଣ ହେଉଛି।

 

ମହାନଦୀର ତଳମୁଣ୍ଡର ବିଭିନ୍ନ ମାପକେନ୍ଦ୍ରରେ ମଧ୍ୟ ଜଳପ୍ରବାହ ରେକର୍ଡ କରାଯାଇଛି। ପାଥର୍ଲାରେ ୧,୬୫,୩୯୬ କ୍ୟୁସେକ୍‌ ଓ ଖଇରମାଳରେ ୬,୫୪,୦୦୦ କ୍ୟୁସେକ୍‌ ଜଳପ୍ରବାହ ରହିଛି। ବରମୂଳରେ ୬,୫୮,୦୦୦ କ୍ୟୁସେକ୍‌ ଏବଂ ମୁଣ୍ଡଳୀରେ ୬,୩୭,୫୮୫ କ୍ୟୁସେକ୍‌ ଜଳପ୍ରବାହ ରେକର୍ଡ ହୋଇଛି। ଖଇରମାଳ, ବରମୂଳ ଓ ମୁଣ୍ଡଳୀରେ ପ୍ରବାହର ପ୍ରବଣତା ଊର୍ଦ୍ଧ୍ୱମୁଖୀ ଥିବା ରିପୋର୍ଟରେ ଦର୍ଶାଯାଇଛି।ବର୍ତ୍ତମାନ ହୀରାକୁଦରୁ ବିପୁଳ ପରିମାଣର ଜଳ ନିଷ୍କାସନ ଜାରି ରହିଥିବାରୁ ମହାନଦୀର ତଳମୁଣ୍ଡ ଅଞ୍ଚଳରେ ଜଳପ୍ରବାହ ଉପରେ ନଜର ରଖାଯାଉଛି।