September 28, 2026
IMG-20260928-WA0014
Share

 

ବ୍ରହ୍ମଗିରି ତା – ବ୍ରହ୍ମଗିରିସ୍ଥ ମାର୍ସ ଓଡିଶା କାର୍ଯ୍ୟାଳୟ ଠାରେ ମେରା ଯୁବା ଭାରତ, ପୁରୀ ତରଫରୁ ନାସାମୁକ୍ତ ଭାରତ କାଯ୍ୟକ୍ରମ ରେ ଏକ ସ୍ୱାସ୍ଥ୍ୟ ସଚେତନ କାଯ୍ୟକ୍ରମ “ମୋ ସ୍ୱାସ୍ଥ୍ୟ ମୋ ଗର୍ବ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହା ନାସାମୁକ୍ତ କାର୍ଯ୍ୟକ୍ରମ ର ଅଂଶ ବିଶେଷ ଏହି ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ମାର୍ସ ଓଡିଶା ସଭାପତି ଦୈତାରୀ ପଲାଇ ଅଧକ୍ଷତା କରିଥିଲେ ଏବଂ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଶ୍ରୀ ବିଶ୍ୱଜିତ ସେଠି ଯୋଗଦାନ କରି ନିଶା ଠାରୁ ଯୁବକ ମାନେ ଦୂର ରହିଲେ ସେମାନଙ୍କ ର ସୁନ୍ଦର ସ୍ୱାସ୍ଥ୍ୟ ହେବ ଏବଂ ସମାଜ ରେ ଯଦି ସମସ୍ତେ ନିରୋଗ ରହିବେ ଏକ ସୁନ୍ଦର ସମାଜ ଗଠନ ହେବ ନିୟମିତ ସମସ୍ତ ଯୁବକ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଉଚିତ l ଏହି କାର୍ଯ୍ୟକ୍ରମରେ ଯୋଗାଗୁରୁମାନେ ଯୋଗଦାନ କରି ଯୋଗଦ୍ୱାରା କିପରି ରୋଗ କମାଇ ଦିଆଯାଇ ପାରିବ ତାହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ୨୯ନମ୍ବର ଯୋନର ମଣ୍ଡଳ ସଭାପତି ମଳୟ କୁମାର ପଲାଇ ନିଶା କୁ ନା କହିବା ଓ ସୁନ୍ଦର ସମାଜ ଗଠନ ପାଇଁ ସମସ୍ତ ଙ୍କୁ ଶପଥ ପାଠ କରାଇଥିଲେ l ସମାଜ ସେବୀ ପ୍ରକାଶ ନାୟକ ଙ୍କ ବକ୍ତବ୍ୟ ରେ କହିଥିଲେ ନିଶାମୁକ୍ତ ଭାରତ ବିକଶିତ ଭାରତ ର ଅଂଶ ବିଶେଷ ଅଟେ l

ଏହାପରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ହୋଇଥିଲା ଏଥିରେ ଶତାଧିକ ଲୋକ ଯୋଗଦାନ କରି ସ୍ୱାସ୍ଥ୍ୟ ପରୀକ୍ଷା କଳାମରେ ରେବଣା ନୂଆଗାଁ CHC ତରଫରୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା l ଏକ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଗଲା l ଉପସ୍ଥିତ ସମସ୍ତ ଙ୍କୁ ନେଇ ଏକ ଯୋଗ ଶିବିର କରାଯାଇଥିଲା l ନିଜକୁ ଫିଟ ରଖିବା ପାଇଁ ଦୈନଦିନ ଜୀବନ ରେ ଯେଉଁ ସବୁ ଯୋଗ ଆବଶ୍ୟକ ତାହାକୁ ଅଭ୍ୟାସ କରାଯାଇଥିଲା l ଶେଷ ରେ ମାର୍ସ ଓଡିଶା ସାଧାରଣ ସଂପାଦକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ମାଇଁ ଭାରତ ଯୁବାଧିକାରିଣୀ ସୁଶ୍ରୀ ସଂଗୀତା ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟ ରେ କହିଥିଲେ l ଏହି କାର୍ଯ୍ୟକ୍ରମ କୁ ସ୍ବେଛାସେବୀ ରୀତିକ ପୂଜାରୀ, ପଞ୍ଚାନନ ପଲାଇ, ଆଶିଷ ନାୟକ ଓ ଗୌତମ ପଲାଇ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l