September 28, 2026

ସତ୍ୟଭାମା ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ୬୬ୟୁନିଟ ରକ୍ତ ସଂଗ୍ରହ

IMG-20260928-WA0013
Share

 

ପୁରୀ ସତ୍ୟଭାମା ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ସପ୍ତାହ ପାଳନ ଅବସରରେ – “ସତ୍ୟଭାମା ଜୀବନ ଧାରା – ୦୨” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଅଛି।

ଶ୍ରଦ୍ଧେୟ ସାର୍/ମ୍ୟାଡାମ୍,

ମଧୁର ଅଭିନନ୍ଦନ ସହିତ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଅଛୁ ଯେ, ସତ୍ୟଭାମା ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ, ବଲିଆପଣ୍ଡା, ପୁରୀ ଦ୍ୱାରା ଏକ ସଫଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରଟି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ସପ୍ତାହ ପାଳନ ଅର୍ଥାତ୍ ୨୭ ସେପ୍ଟେମ୍ବର ୨୦୨୬, ରବିବାର ଦିନ ଉଦ୍‌ଘାଟିତ ହୋଇଥିଲା।

“ସତ୍ୟଭାମା ଜୀବନ ଧାରା-୦୨ – ଏକ ସାଧୁ ଉଦ୍ୟମ ଯାହାକି ଶିକ୍ଷକ ଓ ଅଭିଭାବକମାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ ସଫଳ ହୋଇଛି, ଯାହା ସ୍ୱେଚ୍ଛାକୃତ ରକ୍ତଦାନ ଓ ମାନବତାର ଦୃଢ଼ ପ୍ରତିବିମ୍ବ ଥିଲା ।”

ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଗଦାଧର ଜେନା, ଆଇନ୍ ପରାମର୍ଶଦାତା ଶୌର୍ଯ୍ୟପ୍ରତାପ ଚନ୍ଦ୍ର ଦାଶ ଏବଂ ସମ୍ପାଦକ ଶ୍ରୀ ଆଶୁତୋଷ ମିଶ୍ର ଉଦ୍‌ଘାଟନ କରିଥିଲେ। ଅତିଥିମାନଙ୍କର ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଅନେକ ଉତ୍ସାହ ଓ ଶକ୍ତି ଯୋଗାଇଥିଲା।

ଏହି ଶିବିରଟି ସତ୍ୟଭାମା ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର କର୍ମକର୍ତ୍ତାମାନଙ୍କ ଏବଂ ପୁରୀ ବ୍ଲଡ୍ ବ୍ୟାଙ୍କ୍ ର କର୍ମକର୍ତ୍ତାମାନଙ୍କ ସହଯୋଗ ଓ କଳିଙ୍ଗ ରେଡ୍‌କ୍ରସ୍, ପୁରୀର କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା । ପ୍ରତ୍ୟେକ ସ୍ୱେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଶିବିରରେ ମୋଟ 66 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା, ଯାହା ଏକ ଏକତା ଓ ସହାନୁଭୂତିର ଚିତ୍ର ଉପସ୍ଥାପନ କରିଅଛି ।

ପରିଶେଷରେ ବିଦ୍ୟାଳୟର ସମ୍ପାଦକ ଶ୍ରୀ ଆଶୁତୋଷ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବାପୂର୍ବକ ଆଗାମୀ ଦିନରେ ଆମେ ସମସ୍ତ ପାଳନୀୟ ଦିବସଗୁଡ଼ିକୁ ଏହିପରି ମହତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିବାକୁ ଆହ୍ବାନ ଦେଇଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l