ବରଗଡ ହନୁମାନ ମନ୍ଦିରରେ ଜିଲା କୁମ୍ଭାର ସମାଜର ବୈଠକ
ବରଗଡ,
ସୋମବାର ସକାଳ ୧୦ଟା ସମୟରେ ବରଗଡ ଗାନ୍ଧୀ ଛକ ପାଖରେ ଥିବା ହନୁମାନ ମନ୍ଦିରରେ ଜିଲା କୁମ୍ଭାର ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଜିଲା କୁମ୍ଭାର ସମାଜର ସଭାପତି ଲବାନ ରଣାଙ୍କ ସଭାପତିତ୍ବରେ |ଏହି ବୈଠକରେ ଜିଲା କମିଟିର ସମସ୍ତ ସଦସ୍ୟ ଜିଲାର ୧୨ଟି ବ୍ଲକର ବ୍ଲକ ସଭାପତି,ସମ୍ପାଦକ ଯୋଗଦାନ କରି କୁମ୍ଭାର ସମାଜ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ |ସର୍ବପ୍ରଥମେ ପ୍ରଭୁ ନିରଜଂନ ନିରାକାର ସ୍ବାମୀକୁଂ ପାରମ୍ପରିକ ରୀତିନିତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ |ଜିଲା ସମ୍ପାଦକ କେତନ ରଣା ସମସ୍ତ ସଦସ୍ୟକୁଂ ସ୍ବାଗତ ଜଣାଇଥିଲେ |ଶେଷରେ ସାନନ୍ଦ ରଣା ଧନ୍ୟବାଦ ଅର୍ପଣ କରିଥିଲେ |
