SIR ବିରୋଧରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ପଦଯାତ୍ରା

ଖୋର୍ଦ୍ଧା: (ପ୍ରିୟଙ୍କା ମହାପାତ୍ର)AICC ନିର୍ଦ୍ଦେଶକ୍ରମେ ଏବଂ PCC ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆ ବସଷ୍ଟାଣ୍ଡରୁ ପଦଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।ପଦଯାତ୍ରାରେ ଯୋଗଦେଇଥିବା କଂଗ୍ରେସ ନେତୃମଣ୍ଡଳୀ ନିର୍ବାଚନ କମିଶନର ସମ୍ପର୍କିତ ବିଭିନ୍ନ ଦାବି ଉଠାଇଥିଲେ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ତାଙ୍କ ବିରୋଧରେ ଗିରଫ ଓ ଲୁକ୍ଆଉଟ୍ ନୋଟିସ୍ ଜାରି କରିବା ସହ SIR ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କ ନାମ ପୁନର୍ବାର ଯୋଡ଼ିବାକୁ ଦାବି କରାଯାଇଥିଲା।ଏହି ଦାବିଗୁଡ଼ିକ ନେଇ କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। SIR-2026 ସମ୍ପର୍କରେ ନିର୍ବାଚନ କମିଶନଙ୍କ ଅଧିକାରିକ ପୋର୍ଟାଲରେ ଭୋଟର ତାଲିକା ଖୋଜିବା ଏବଂ ଆବେଦନ ସମ୍ପର୍କିତ ସୁବିଧା ଉପଲବ୍ଧ ରହିଛି।
ପ୍ରସଙ୍ଗକ୍ରମେ, ସେପ୍ଟେମ୍ବର ୨୫ରେ ଓଡ଼ିଶା କଂଗ୍ରେସ ମଧ୍ୟ SIRକୁ ନେଇ ଭୁବନେଶ୍ୱରରେ ପ୍ରତିବାଦ କରି ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରିଥିବା ଖବର ପ୍ରକାଶ ପାଇଥିଲା।
