ଆଜିର ଖବର..
୧-କୋଟପାଡ଼ ବନ୍ୟା ସ୍ଥିତି ଦେଖିଲେ ମୁଖ୍ୟମନ୍ତ୍ରୀ, ବୋଟ୍ ରେ ଗଲେ, ବିପନ୍ନଙ୍କୁ ଭେଟିଲେ।
୨-ବ୍ୟାଙ୍କ ଧର୍ମଘଟ ସ୍ଥଗିତ,ମାସର ଦ୍ଵିତୀୟ ଓ ଚତୁର୍ଥ ଶନିବାର ଛୁଟି,ବାକି ଆଉ ସବୁ ଶନିବାର ଛୁଟି ପାଇଁ ବିଚାର ବିମର୍ଶ ଜାରି।
୩-ବନ୍ୟା ପାଇଁ ଧବଳେଶ୍ୱର ପୀଠରେ ୧୬୩ ଧାରା ଜାରି, ୨୯ ତାରିଖ ସନ୍ଧ୍ୟା ଯାଏଁ ରହିବ କଟକଣା।
୪-ନନ୍ଦନକାନନ:ଓରାଂଓଟାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଲେ ମୁଖ୍ୟ ସଚିବ।
୫-ଭୁବନେଶ୍ୱର:୩୦ରେ ବିଧାନସଭା ଘେରାଉ କରିବେ ଅଙ୍ଗନବାଡ଼ି କର୍ମୀ।
୬-ଜନଶୁଣାଣିକୁ ଗୁରୁତ୍ୱ, ସୋମବାର ସରକାରୀ କାର୍ଯ୍ୟାଳୟରେ ହେବନି କୌଣସି ବୈଠକ।
୭-ଖୋଲିଲା ହୀରାକୁଦର ୨୮ଟି ଗେଟ୍ , ମହାନଦୀରେ ମାଡ଼ି ଆସୁଛି ବନ୍ୟା।
୮-MMDR ସଂଶୋଧନ ପ୍ରସଙ୍ଗ: ବିଧାନସଭାରେ ଆଲୋଚନା ପାଇଁ ବିରୋଧୀଙ୍କୁ ଆଇନ ମନ୍ତ୍ରୀଙ୍କ ଆହ୍ୱାନ, କହିଲେ ‘ବିତଣ୍ଡା ଯୁକ୍ତିରେ ଅର୍ଥ ନାହିଁ’।
୯-ଡେରାବିଶ,ବାଲିଆ: ଗାଧୋଇବାକୁ ଯାଇଁ ଫେରିଲେନି ହିତଶ, ପୋଖରୀରେ ସଲିଳ ସମାଧି।
୧୦-ଏକାସାଙ୍ଗରେ ଆତଙ୍କବାଦ ଏବଂ ଆଲୋଚନା ଅସମ୍ଭବ… ପାକିସ୍ତାନକୁ କଡ଼ା ଚେତବାନୀ ଦେଲେ ରାଜନାଥ ସିଂହ
୧୧-ଭୁବନେଶ୍ୱର : କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ । ୨ ଦିନ ପରେ ପ୍ରବଳ ବର୍ଷା ସମ୍ଭାବନା।
୧୨-ଭିଜିଲାନ୍ସ ପଞ୍ଝାରେ ମାଥିଲି ବ୍ଲକ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର ଦାସ।
୧୩-୧ ଅକ୍ଟୋବରରୁ ମହଙ୍ଗା ହେବ ଟିଭିଠୁ ୱାଶିଂ ମେସିନ୍! ପାର୍ବଣରେ ଗ୍ରାହକଙ୍କୁ ଲାଗିବ ମହଙ୍ଗା ଝଟକା।
୧୪-ଇତିହାସ ରଚିଲେ ବିରାଟ କୋହଲି, ଭାଙ୍ଗିଲେ ତେନ୍ଦୁଲକରଙ୍କ ରେକର୍ଡ।ଦିନିକିଆ କ୍ରିକେଟ୍ ଇତିହାସରେ ୧୫,୦୦୦ ରନ୍ ପୂରଣ କରିବାରେ ବିରାଟ ହେଉଛନ୍ତି ଦ୍ୱିତୀୟ ବ୍ୟାଟର୍।
୧୫-ହାଇଦ୍ରାବାଦ: ସିନେମା ହଲରେ ଫିଲ୍ମ ପୂର୍ବରୁ ୧୭ ମିନିଟ୍ର ବିଜ୍ଞାପନ, PVRକୁ ୭୫,୦୦୦ ଟଙ୍କା ଜରିମାନା ନିର୍ଦ୍ଦେଶ।
୧୬-ବିଦ୍ୟୁତ୍ ଚାହିଦା ବଢ଼ିଲା: ୧୧୨ଟି କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟକୁ ପୂରା କ୍ଷମତାରେ ଚଳାଇବାକୁ କେନ୍ଦ୍ରର ନିର୍ଦ୍ଦେଶ।
୧୭-ଭାରତୀୟ ରେଳବାଇରେ ନୂଆ ଯୁଗ: ସାବରମତୀରୁ ଗଡ଼ିଲା ଦେଶର ପ୍ରଥମ LNG ଚାଳିତ ଟ୍ରେନ୍।
୧୮-ପଶ୍ଚିମବଙ୍ଗ SIR ମାମଲା: ପୁନନିର୍ବାଚନ ଦାବିକୁ ନେଇ SCରେ ନିର୍ବାଚନ ଆୟୋଗଙ୍କ ଜବାବ, ‘ଟିଏମସି ମଧ୍ୟ କମ୍ ମାର୍ଜିନରେ ଜିତିଛି’।
୧୯-ଥିରୁଅନନ୍ତପୁରମ:ବିରାଟ-ଗିଲଙ୍କ ଶତକ, ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ହରାଇଲା ଭାରତ।
୨୦-କାଠମାଣ୍ଡୁ: ପଶ୍ଚିମ ନେପାଳର ତିବ୍ବତ ସୀମା ନିକଟସ୍ଥ ହିମଲୁଙ୍ଗ ହିମାଲର ବେସ୍ କ୍ୟାମ୍ପରେ ଭୟଙ୍କର ହିମସ୍ଖଳନ,୧୦ ନିଖୋଜ।
୨୧-ଫିଲିପାଇନ୍ସ ସହ ଚୀନର ପୁଣି ତିକ୍ତତା, ଦକ୍ଷିଣ ଚୀନ୍ ସାଗରରେ ଯୁଦ୍ଧ ଭଳି ପରିସ୍ଥିତି, ଧମକ ଦେଲା ଡ୍ରାଗନ୍।
