July 28, 2026

ରଥଯାତ୍ରା ଅବସରରେ ଚାରା ଓ ପାନୀୟ ଜଳ ବଣ୍ଟନ 

IMG-20260716-WA0073
Share

 

 

ଅନୁଗୋଳ: ଆଜି ହେଉଛି ପବିତ୍ର ଘୋଷଯାତ୍ରା ବା ରଥଯାତ୍ରା। ପ୍ରତିବର୍ଷ ପରି ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ପଞ୍ଚ ଶ୍ରୀକ୍ଷେତ୍ର ଠାରେ ଧୁମ୍ ଧାମରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବଅଁରପାଳ ବ୍ଲକ ସାମ୍ୱାଦିକ ସଂଘ ପକ୍ଷରୁବିଭିନ୍ନ ପ୍ରଜାତିର ଚାରା ଓ ପାନୀୟ ଜଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

 

ବଅଁରପାଳ ଥାନା ଅଧିକାରୀ ଅମିତ୍ କୁମାର ମିଶ୍ର ଓ କମଳାକ୍ଷ ପ୍ରସାଦ ନାୟକ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଷ୍ଟଲ୍ ଉଦ୍ଘାଟନ କରିଥିଲେ।

 

ବଅଁରପାଳ ବ୍ଲକ ସାମ୍ୱାଦିକ ସଂଘ ସଭାପତି ଅଖିଳ କୁମାର ମହାପାତ୍ର, ଉପ ସଭାପତି ରୁଦ୍ର ମୋହନ ସାହୁ, କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ବିଶୋଇ, ସାଧାରଣ ସମ୍ପାଦକ ସୁଶୀଲ କୁମାର ଆଇଚ, କୋଷାଧ୍ୟକ୍ଷ ପ୍ରିୟବ୍ରତ ସାମଲ, ଅଜିତ୍ କୁମାର ଭୋଇ, ବିଭାସ କୁମାର ସାମଲ ସମେତ ସମସ୍ତ ସାମ୍ୱାଦିକ ଭାଇ ମାନେ ଉପସ୍ଥିତ ଥିଲେ ଓ ସହଯୋଗ କରିଥିଲେ।