September 13, 2026

ମହାପ୍ରଭୁଙ୍କ ନାରାୟଣ ମୂର୍ତ୍ତି ଦର୍ଶନ କରି ତରଳିଗଲା ପଥର l

WhatsApp Image 2026-07-14 at 12.24.29 PM
Share

ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ମହାପ୍ରଭୁ ଙ୍କ ଅନବସର ଯାତ୍ରା କଥା l ୧୫୧୦ ମସିହାରେ ଭକ୍ତ ଚୈତନ୍ୟ ମହାପ୍ରଭୁ ଅନବସର ସମୟରେ ଯେତେବେଳେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସନ୍ତି ସେତେବେଳେ ମହାପ୍ରଭୁଙ୍କ ଦର୍ଶନ ନପାଇ ସମୁଦ୍ର ରେ ନିଜକୁ ଝାସ ଦେବାକୁ ଯାଉଥିବା ବେଳେ ମହାପ୍ରଭୁଙ୍କ ସ୍ୱପ୍ନାଦେଶ ହେଲା ଯେ ମୋତେ ଜ୍ୱର ହୋଇଛି ଏହାକୁ ଚୈତନ୍ୟ ବିଶ୍ୱାସ କରିପାରିନଥିଲେ ଚିନ୍ତା କରିଲେ ଯିଏ ଜଗତର ସ୍ରଷ୍ଟା ତାଙ୍କୁ କିଭଳି ଜ୍ୱର ହୋଇପାରେ ବିଶ୍ୱାସ ନକରି ପୁନର୍ବାର ସମୁଦ୍ରରେ ନିଜଜୁ ଝାସ ଦେବାକୁ ଯିବାବେଳେ ପୁନର୍ବାର ସ୍ୱପ୍ନାଦେଶ ହେଲା ଯେ ଏହିଠାରୁ ଚାରିକୋଷ ଯାଇ ବ୍ରହଗିରିରେ ମୋର ନାରାୟଣ ମୂର୍ତ୍ତି ଦର୍ଶନ କର l ଚୈତନ୍ୟ ଅତ୍ୟନ୍ତ ଭାବାବିହୋଳ ରେ ଚାରିକୋଷ ବାଟ ଦୌଡି ଦୌଡି ଆସି ମହାପ୍ରଭୁ ଅଲାରନାଥ ଙ୍କୁ ଦର୍ଶନ କରି ସେହି ଗିରିର ପ୍ରସ୍ଥର ଉପରେ ପଡିଯାଇଥିଲେ ଳ ଚୈତନ୍ୟଙ୍କ ଭକ୍ତି ର ପ୍ରଭାବ ଏତେ ଥିଲାଯେ ଭକ୍ତିରେ ପ୍ରସ୍ଥର ତରଳି ଯାଇଥିଲା l ସେହି ଚୈତନ୍ୟଙ୍କ ପ୍ରସ୍ଥର ଖଣ୍ଡ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିଥିବା ବେଳେ ମହାପ୍ରଭୁଙ୍କ ଅନ୍ୟଏକ ଲୀଳା ଭକ୍ତଙ୍କୁ ଟାଣି ଆଣୁଛି ଯେଉଁଟାକି କ୍ଷୀରି ଖିଆ ଲୀଳା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l