September 13, 2026

ଡିଏଭି ମହାବିଦ୍ୟାଳୟରେ RPwD ଆଇନ ଉପରେ ସଚେତନତା ଓ କୁଇଜ୍ କାର୍ଯ୍ୟକ୍ରମ*

IMG-20260912-WA0119
Share

 

କୋରାପୁଟ, ୧୨.୦୯.୨୦୨୬: ଦିବ୍ୟାଙ୍ଗଜନଙ୍କ ଅଧିକାର ଓ ସୁବିଧା ସମ୍ପର୍କରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ତଥା ଏକ ସମାବେଶୀ ଓ ବାଧାମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ ଦିବ୍ୟାଙ୍ଗଜନଙ୍କ ଅଧିକାର ଆଇନ (RPwD Act), ୨୦୧୬ ଉପରେ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ସଚେତନତା ଓ କୁଇଜ୍ କାର୍ଯ୍ୟକ୍ରମ ଆଜି ଡିଏଭି ମହାବିଦ୍ୟାଳୟ, କୋରାପୁଟଠାରେ ଅନୁଷ୍ଠିତ ହୋଇଛି।

 

କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ଆୟୁକ୍ତା ଶ୍ରୀମତୀ ଭ୍ରତତୀ ହରିଚନ୍ଦନ, IAS ଉପସ୍ଥିତ ରହି ଦିବ୍ୟାଙ୍ଗଜନଙ୍କ ଅଧିକାର, ସମାନ ସୁଯୋଗ, ସାମାଜିକ ସମାବେଶ ଓ RPwD ଆଇନର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।

 

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। RPwD ଆଇନ, ଦିବ୍ୟାଙ୍ଗଜନଙ୍କ ଅଧିକାର ଓ କୋରାପୁଟ ସରକାରୀ ସୁବିଧା ସମ୍ପର୍କରେ ଯୁବପିଢ଼ିଙ୍କ ଜ୍ଞାନ ବୃଦ୍ଧି କରିବା ସହ ସମାଜରେ ସମାନତା ଓ ସମାବେଶୀ ଚିନ୍ତାଧାରାକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ ଥିଲା।

 

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO), କୋରାପୁଟଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର