ଝଙ୍କଡ଼ ସାରଳା ପୀଠ ରେ ଶ୍ରୀମଦ ଭାଗବତ ଜ୍ଞାନଯଜ୍ଞ ର ଦ୍ୱିତୀୟ ସନ୍ଧ୍ୟା ..
ତିର୍ତ୍ତୋଲ ତା 7/8/2026 ବାଣୀକ୍ଷେତ୍ର ଝଙ୍କଡ଼ସାରଳାପୀଠ ରେ ଆରମ୍ଭହୋଇଥିବା ତ୍ରୟୋଦଶ ବାର୍ଷିକ ଭାଗବତ ପାରାୟଣ -ପ୍ରବଚନ କାର୍ଯ୍ୟକ୍ରମ ର ଦ୍ୱିତୀୟସନ୍ଧ୍ୟା ରେ, ଅନୁଷ୍ଠାନର ମାର୍ଗଦର୍ଶକ ତଥା ଧାରାବାହିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସମେତ ମାଆଙ୍କ ପୂଜାପଣ୍ଡା ସନ୍ଦୀପ ମଧୁସୂଦନ ପଣ୍ଡା, ସେବାୟତ ବିଶ୍ୱରଞ୍ଜନ ରାଉଳ, କାକଟପୁର ମା ମଙ୍ଗଳା ଙ୍କ ପୂଜକ କାଳିଆ ନନା, ସିଦ୍ଧଳ ଜଗନ୍ନାଥ ମନ୍ଦିର ର ପଣ୍ଡିତ ସୁରେନ୍ଦ୍ରନାଥ ଦାଶ, ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ, ମାହାଙ୍ଗା ଆଶ୍ରମ ର ଦୀପକ କୁମାର ଦାସ, ଗଞ୍ଜାମ ପୋଲସରା ର ପଣ୍ଡିତ ସୁବ୍ରତ କୁମାର ତ୍ରିପାଠୀ, କେନ୍ଦୁଝର ଆଶ୍ରମ ର ମୁନିବାବା ମହାରାଜ ପ୍ରମୁଖ ମଞ୍ଚାସିନ ହୋଇ, ପ୍ରଦୀପ ପ୍ରଜ୍ବଳନ ଓ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରି କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ l ଜଗତସିଂହପୁର ଜଗନ୍ନାଥ ଚାରିଟେବ୍ଲୁଟ୍ରଷ୍ଟ ର ସଭାପତି ଇଂ ବିଷ୍ଣୁଚରଣ ସ୍ୱାଇଁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ, ମଞ୍ଚପରିଚାଳନା କରିଥିଲେ l ଧାରାବାହିକ ପ୍ରବଚନ ଆରମ୍ଭକରି ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ଅଖିଳ ଦେବହୁତି ପ୍ରସଙ୍ଗ ସହିତ ସମାଜରେ ଓ ସମଗ୍ରବିଶ୍ୱରେ ଶାନ୍ତି, ମୈତ୍ରୀ, ସଂହତି ପ୍ରତିଷ୍ଠା କରିବା, ସମସ୍ତ ବ୍ୟକ୍ତି ଓ ପରିବାର ମଧ୍ୟରେ ଆଧ୍ୟାତ୍ମିକ ଭକ୍ତିଭାବଧାରା ରେ ଅନୁପ୍ରାଣିତ କରିବା କ୍ଷେତ୍ରରେ ଶ୍ରୀମଦ ଭାଗବତ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ମହତ୍ତ୍ୱପୂର୍ଣ୍ଣ ବୋଲି, ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ବହୁ ପୁରାଣଶାସ୍ତ୍ର, ଵେଦଉପନିଷେଦ, ଲୋକକଥା ଓ କାବ୍ୟକବିତା ର ଉକ୍ତି ଉଦ୍ଧାର କରି ଭାଗବତ ର ସହଜ ସରଳ ବ୍ୟାଖ୍ୟା ଓ ବିଶ୍ଳେଷଣ ସମବେତ ଭଗବତପ୍ରମୀ ମାନଙ୍କପାଇଁ ଉପାଦେୟ ଓ ଉପଭୋଗ୍ୟ ହୋଇଥିଲା l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
