August 7, 2026

ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା

IMG-20260807-WA0137
Share

ବରପାଲି,୭/୮(ସୁଦାମ ଦୀପ)

ବରପାଳି ପ୍ରଶାସନ ପକ୍ଷରୁ ଆସନ୍ତା ୮୦ ତମ ସ୍ଵାଧୀନତା ଦିବସ ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ମହାବିଦ୍ୟାଲୟ ମିଟିଙ୍ଗ ହଲ ଠାରେ ପୂର୍ବାହ୍ନ ୧୧ ଟା ସମୟ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ବେଳେ ଅପରାହ୍ନ ୨ ଟା ରେ ବକ୍ତୃତା ପ୍ରତିଯୋଗିତା ହୋଇଥିଲା ।ଆଜିର ଏହି ପ୍ରତିଯୋଗିତା ରେ ପଦ୍ମଲୋଚନ ସାହୁ , ସରୋଜ ରାଉତ, ରମାକାନ୍ତ ତ୍ରିପାଠି,ଅଧ୍ୟାପକ ଉତ୍ତର କୁମାର ଗଡତିୟା, ଅଧ୍ୟାପକ ଧିରୋଜ କୁମାର ତ୍ରିପାଠୀ, ଏବଂ ଶ୍ରୀ ମତୀ ମନୀଷା ଦାସ ବିଚାରକ ଭାବରେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ବରପାଳି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷ ଦୀନେଶ ଗହୀର ମହାବିଦ୍ୟାଳୟ ଅଧକ୍ଷା ଜୟନ୍ତୀ ଦାସ , ଅତିରିକ୍ତ ବି ଇ ଓ ରତ୍ନକୁମାର ଭୋଇ, ପ୍ରା ଧ୍ୟାପକ ସୁଶୀଲ ଶତପଥୀ ଙ୍କ ସମେତ ଆୟୋଜନ କମିଟି ର ମୁଖ୍ୟ ଚିତ୍ତ ରଞ୍ଜନ ସାହୁ ଅଧ୍ୟାପକ ଅଲେଖ ମହାନନ୍ଦ,ଶିକ୍ଷୟତ୍ରୀ ନିବେଦିତା ସାହୁ, ଶିକ୍ଷକ ମନୋଜ ବାରିକ ମୁକୁନ୍ଦ ମେହେର, ସରୋଜ ମେହେର ଏହାକୁ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତା ରେ ଶତାଧିକ ପ୍ରତିଯୋଗୀ ଭାଗ ନେଇ ଥିଲେ।

You may have missed