ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା
ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବିଶ୍ୱସନୀୟ ସୂଚନାକୁ ଆଧାର କରି ପୋଲିସ ଚଳାଇଥିବା ସ୍ୱତନ୍ତ୍ର ଚଢ଼ାଉରେ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ଚକ୍ରର ପର୍ଦ୍ଦାଫାଶ ହୋଇଛି।ଏହି ଚଢ଼ାଉରେ ପୋଲିସ ୧୦୯ କେଜି ଗଞ୍ଜେଇ ଜବତ କରିଥିବା ବେଳେ, ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ ଲକ୍ଷ ୪୫ ହଜାର ଟଙ୍କା ବୋଲି ଜଣାପଡ଼ିଛି।ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଏକ ବୋଲେରୋ ପିକଅପ୍, ଏକ କିଆ କାର୍, ଏକ ପଲସର ମୋଟରସାଇକେଲ୍, ଏକ ଓଲା ବାଇକ୍ ଏବଂ ୬ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।
ଖୋର୍ଦ୍ଧା ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଶିଳ୍ପାଞ୍ଚଳ ଥାନା ଆଇଆଇସିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ପୋଲିସ ଟିମ୍ ଏହି ସଫଳ ଅପରେସନ୍କୁ ସମ୍ପନ୍ନ କରିଥିଲା।
ଏହି ଘଟଣାରେ ଏନ୍ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ, ଏହା ପଛରେ ଥିବା ସମ୍ପୂର୍ଣ୍ଣ ଚୋରାଚାଲାଣ ନେଟୱର୍କର ଖୋଜରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି
