August 7, 2026

ରାଜଧାନୀରେ ‘ଓଡ଼ିଶା ସଂଖ୍ୟାଲଘୁ ଜନମଞ୍ଚ’ର ବିଶେଷ ସମ୍ମିଳନୀ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଓ ଏକତା ପାଇଁ ୩୦ ଜିଲ୍ଲାରେ ହେବ ପଦଯାତ୍ରା

IMG-20260807-WA0134
Share

 

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

 

ରାଜଧାନୀ ଭୁବନେଶ୍ୱରଠାରେ ‘ଓଡ଼ିଶା ସଂଖ୍ୟାଲଘୁ ଜନମଞ୍ଚ’ (OMJ) ପକ୍ଷରୁ ଏକ ବିଶେଷ ସଂଖ୍ୟାଲଘୁ ପ୍ରତିନିଧି ସମ୍ମିଳନୀ ସଫଳତାର ସହ ଆୟୋଜିତ ହୋଇଯାଇଛି। ମହାନ ଦାର୍ଶନିକ କାର୍ଲ ମାର୍କସଙ୍କ ଶୋଷଣମୁକ୍ତ ସମାଜ ଓ ସାମାଜିକ ନ୍ୟାୟର ଆଦର୍ଶରେ ଅନୁପ୍ରାଣିତ ହୋଇ ଆୟୋଜିତ ଏହି ସମ୍ମିଳନୀରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ସୁରକ୍ଷା, ମୌଳିକ ଅଧିକାର ରକ୍ଷା ଏବଂ ସେମାନଙ୍କର ବିକାଶମୂଳକ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ଓ ମନ୍ଥନ କରାଯାଇଛି।

 

ସଂଖ୍ୟାଲଘୁ ଏକତା ଓ ଅଧିକାର ଉପରେ ଗୁରୁତ୍ୱ ସମ୍ମିଳନୀରେ ବର୍ତ୍ତମାନର ଗଣତାନ୍ତ୍ରିକ ପରିବେଶରେ ସଂଖ୍ୟାଲଘୁମାନଙ୍କ ଅଧିକାର ସୁରକ୍ଷିତ ରଖିବା ପାଇଁ ସଂଗଠିତ ଏକତାର ଆବଶ୍ୟକତା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ମଞ୍ଚର ମୁଖ୍ୟ ଥତା ରାଜ୍ୟ ସଭାପତି ରବୀନ ଚନ୍ଦ୍ର ତାକ୍ରୀ ସଂଖ୍ୟାଲଘୁ ସମ୍ପ୍ରଦାୟର ସମସ୍ୟାଗୁଡ଼ିକୁ ସରକାର ଓ ସମାଜ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ‘ପଦଯାତ୍ରା’ କରାଯିବ ବୋଲି ଘୋଷଣା କରିଛନ୍ତି।

 

ବିଶିଷ୍ଟ ନେତୃବୃନ୍ଦଙ୍କ ଯୋଗଦାନ

ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିଲେ ପ୍ରମୁଖ ନେତୃବୃନ୍ଦ ଓ ସାମାଜିକ କର୍ମୀ ପ୍ରମୁଖ ବକ୍ତା ଓ ନେତା: ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ରାଜଧାନୀ କଲେଜର ପ୍ରଫେସର ବିଜୟାନନ୍ଦ ପରିଚ୍ଛା, ପ୍ରମୁଖ ମୁସଲିମ୍ ନେତା ଶ୍ରୀ ତନଭୀର, ବରିଷ୍ଠ କଂଗ୍ରେସ ନେତା ଆଜାଦ, ଖ୍ରୀଷ୍ଟିଆନ୍ ମୋର୍ଚ୍ଛା ପ୍ରଭାରୀ ଜୁଗଳ କିଶୋର ରଞ୍ଜିତ, ସଂଖ୍ୟାଲଘୁ ନେତା ଡ. ପ୍ରଣବ ମୁଖାର୍ଜୀ, ଡ. ଦିବ୍ୟ ପରିଚ୍ଛା ଓ ଡ. ଅନ୍ତର୍ଯ୍ୟାମୀ ଦିଗାଲ।

 

ଫୁଲବାଣୀ ଓ ଜି. ଉଦୟଗିରି ବ୍ଲକର ସଂଖ୍ୟାଲଘୁ ନେତା ନମଥୀୟା ନାୟକ (ଆର.ସି. ଚର୍ଚ୍ଚ, ରାମମନ୍ଦିର), ରାଇକିଆ ବ୍ଲକର ନେତା ଶ୍ରୀ ବିଦ୍ୟା ରତନ ମଣି ଦିଗାଲ (ବୁଟି ଭାଇ) ଏବଂ ଫୁଲବାଣୀ ଜିଲ୍ଲା ସଦର ମହକୁମାର ସଂଖ୍ୟାଲଘୁ ଓ ଦଳିତ ନେତା ସୁଶାନ୍ତ ଦିଗାଲ। ଭୁବନେଶ୍ୱରର ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରମୁଖ ନେତୃବୃନ୍ଦ ଓ କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ସଂଖ୍ୟାଲଘୁ ସମ୍ପ୍ରଦାୟର ସଂଗଠିତ ଏକତା ଓ ସାମାଜିକ ପ୍ରଗତି ପାଇଁ ସଙ୍କଳ୍ପ ନେଇଥିଲେ।

You may have missed