August 7, 2026

ସ୍କର୍ପିଓ ରେ ଗୋରୁ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ  ଗାଡି ଛାଡ଼ି ଚମ୍ପଟ୍ ମାରିଲା ଡ୍ରାଇଭର । 

IMG-20260807-WA0135
Share

ବାଲେଶ୍ବର ( ଦେବାଶିଷ ଦାଶ )

ଚାରିଟି ଗୋରୁ ସହ ଗାଡ଼ି ଜବତ କଲା ପୋଲିସ

ବାଲେଶ୍ୱର ଜିଲ୍ଲା ବସ୍ତା ପୋଲିସ ଏକ ଗୋରୁ ଭର୍ତ୍ତି ସ୍କର୍ପିଓ ଗାଡ଼ିକୁ ଜବତ କରିଛି । ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥର ନାଇକୁଡ଼ି ଛକ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ଉପରେ ସନ୍ଦେହ କରି ଅଟକାଇବାକୁ ଚେଷ୍ଟା କରିଥିଲା । ପୋଲିସକୁ ଦେଖି ଗାଡ଼ି ଚାଳକ ସ୍କର୍ପିଓକୁ ଛାଡ଼ି ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲେ । ପରେ ପୋଲିସ ଗାଡ଼ିଟିକୁ ଜବତ କରି ଥାନାକୁ ଆଣି ଯାଞ୍ଚ କରିବା ବେଳେ ସେଥିରୁ ୪ଟି ଗୋରୁଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ଆବଶ୍ୟକ ଚିକିତ୍ସା ଓ ଯତ୍ନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ, ଫେରାର ଡ୍ରାଇଭରଙ୍କୁ ଧରିବା ପାଇଁ ବସ୍ତା ପୋଲିସ ତଦନ୍ତ ଜାରି ରଖିଛି ।

You may have missed