ପୁରୀଜିଲ୍ଲା ଓଡିଶା ସ୍କୁଲ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଧାରଣା ଏବଂ ଦାବିପତ୍ର ପ୍ରଦାନ
ଓଡ଼ିଶା ସ୍କୁଲ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ବିଭିନ୍ନ ଦାବୀ ନେଇ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏହା ପୂର୍ବରୁ ୫୦୦ ରୁ ଅଧିକ ଶିକ୍ଷକ ,ଶିକ୍ଷୟତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ସରକାରୀ ମହିଳା ମହାବିଦ୍ୟାଳୟ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ୨୦୧୫ ସୁଦ୍ଧା ବ୍ଲକ ଗ୍ରାଣ୍ଣ୍ଟ ବିଦ୍ୟାଳୟ ସଂଖ୍ୟା ୨୬୦୮ ହୋଇଥିବାବେଳେ ଏଥିରୁ ୧୯୪ ଟି ସ୍କୁଲ ବଞ୍ଚିତ ହୋଇଛନ୍ତି ।ପରବର୍ତ୍ତୀ ସମୟରେ ଏହାକୁ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଘୋଷଣା କରାଯାଇଥିବାବେଳେ ୨୫୫୧ ମାଧ୍ୟମିକ ବିଦ୍ୟାଳୟ ,୯୧୬ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,୩୯ ଟି ସଂସ୍କୃତ ଟୋଲ୍ , ମଦ୍ରାସା ୧୩୧ ଓ ୬୬୨ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ,କର୍ମଚାରୀ ୩୦ ବର୍ଷରୁ ଉର୍ଦ୍ଧ୍ବ ଚାକିରି କରିସାରିବା ପରେ କେତେକ ଶିକ୍ଷକ ,କର୍ମଚାରୀ ବିନା ବେତନରେ ଅବସର ନେଇସାରିଲେଣି ।ଫଳରେ ସେମାନେ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ।ପୁରୀ ସମେତ ରାଜ୍ୟର ୩୦ ଟି ଜିଲ୍ଲାରେ ଆଜି ଠାରୁ ଶୋଭାଯାତ୍ରା ଓ ଧାରଣା ଆରମ୍ଭ ହୋଇଛି।ପୁରୀରେ ଓଡ଼ିଶା ସ୍କୁଲ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ରାଜ୍ୟପାଳ ,ମୁଖ୍ୟମନ୍ତ୍ରୀ ,ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ଦିଆଯାଇଛି।ଆସନ୍ତା ୧୬ ତାରିଖରୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
