ଏନଏଚ-୧୪୯ରେ ଯାତ୍ରୀଙ୍କ ଜୀବନ ସହ ଖେଳ! ବଅଁରପାଳ ରୁ ତାଳବେଡା ରାସ୍ତା ପାଲଟିଛି ବିପଦପୂର୍ଣ୍ଣ
ଏନଏଚ-୧୪୯ରେ ଯାତ୍ରୀଙ୍କ ଜୀବନ ସହ ଖେଳ! ବଅଁରପାଳ ରୁ ତାଳବେଡା ରାସ୍ତା ପାଲଟିଛି ବିପଦପୂର୍ଣ୍ଣ
ଅନୁଗୋଳ: ଜାତୀୟ ରାଜପଥ ନଂ–୧୪୯ର ବଅଁରପାଳ ରୁ ତାଳବେଡା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଯାତାୟାତ କରୁଥିବା ସାଧାରଣ ଲୋକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଭିଯୋଗ ଅନୁସାରେ, ଜାତୀୟ ରାଜପଥ ବିଭାଗ ଓ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା AIPL କମ୍ପାନୀ ପକ୍ଷରୁ ଯାତ୍ରୀମାନଙ୍କ ସୁରକ୍ଷିତ ଯାତାୟାତ ପାଇଁ ଆବଶ୍ୟକ ସର୍ବନିମ୍ନ ସୁବିଧା ମଧ୍ୟ କରାଯାଇନାହିଁ।
ରାସ୍ତାର ଅନେକ ସ୍ଥାନରେ ଖାଲଖମା, କାଦୁଅ ଓ ଉଡୁଥିବା ଧୂଳି ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଟିକେ ଅସାବଧାନତା ହେଲେ ଯେକୌଣସି ସମୟରେ ବଡ଼ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।
ଏପରି ପରିସ୍ଥିତିରେ ସମ୍ପୃକ୍ତ ବିଭାଗ ଓ ନିର୍ମାଣକାରୀ ସଂସ୍ଥା ତୁରନ୍ତ ରାସ୍ତାର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ସହ ଯାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ଯୋଗାଇବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
