August 4, 2026

ବରପାଲି ବ୍ଲକ ଯାଦବ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ ପାଇଁ ପ୍ରସ୍ତୁତି 

IMG-20260803-WA0066
Share

 

ବରପାଲି – ୦୩/୮(ସୁଦାମ ଦୀପ)ବରଗଡ ଜିଲ୍ଲା ବରପାଲି ଜୟଗୋପାଳ କଲ୍ୟାଣ ମଣ୍ଡପ ଠାରେ ଯାଦଵ ସମାଜ ପକ୍ଷରୁ ଶ୍ରୀମାନ ମନ ଫୁଲ ଭୋଇ ଙ୍କ ସଭାପତିତ୍ୱରେ ଚଳିତ ବର୍ଷ ଯାଦବ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ସେପ୍ଟେମ୍ବର ୩ ରୂ ୫ ତାରିଖ ପର୍ଯ୍ୟନ୍ତ ଜନ୍ମାଷ୍ଟମୀ ଓ ନନ୍ଦୋସବ ପାଲିତ ହେବା ପାଇଁ ନିଷ୍ପତି ନିଆଯାଇଥିଲା। ଯାତ୍ରା କମିଟିର ମୁଖ୍ୟ ପରିଚାଲାକ ଭାବେ ଶ୍ରୀମାନ ରସାନନ୍ଦ ଥପା ମନୋନୀତ ହୋଇଥିବା ବେଳେ ବିଭିନ୍ନ କମିଟି ମାନ ଗଠିତ ହୋଇଥିଲା।ଚଳିତ ବର୍ଷ ନନ୍ଦ ରାଜା ଭାବରେ ଶ୍ରୀମାନ କୁଞ୍ଜବିହାରୀ ରାଉତ ଓ ବସୁଦେବ ଭାବରେ ଶ୍ରୀମାନ ଧୀରେନ୍ଦ୍ର ଭୋଇ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିବେ l ବୈଠକ ରେ ଗୋବିନ୍ଦ ଜୁଆଡ଼ି, ଆନନ୍ଦ କାଣ୍ଡ, ଅକ୍ଷୟ ଭୋଇ, ଖାଡ଼ିଆ ବଗର୍ତି ,ଆନଦ କାଣ୍ଡ ବିଶ୍ଵାମିତ୍ର ପୋଢ଼, ହଜାରୁ ମହାକୁର, ମନୋରଞ୍ଜନ ବଗର୍ତ୍ତୀ, ପୂର୍ଣଚନ୍ଦ୍ର ଠେଲା, ବୁଡୁ ଷାଣ୍ଡ,ଭାଗବତ କାଣ୍ଡ, ଗୁଡ଼ୁ , ବୁଲୁ ଜାଲ , ଫଗୁନୁ ଚାଉର,ଆଦିକନ୍ଦ ନନ୍ଦ, କିଶୋର ବାଗ, ପୀତବାସ ବେହେରା, ପ୍ରତାପ ନାଗିବ, ଦେବ ଭୋଇ, ମାଧବ ବଗର୍ତି, ଦେବ ଭୋଇ, ସୁଦାମ ପୋଡ଼ ପ୍ରମୁଖ ସମିତିର ସମସ୍ତ ସଭ୍ୟ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ପରିଶେଷରେ ବରିଷ୍ଠ ସଭ୍ୟ ଧୀରେନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l