ଓମ ଶିଶୁ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ମେଳା ଅନୁଷ୍ଠିତ,୪୯ ଷ୍ଟଲ ପ୍ରଦର୍ଶିତ
ବାରିପଦା:-(ସଂଜୀବ କୁମାର ରଣଜିତ ):-୧୪/୧୧/୨୬ଶୁଳିଆପଦା ବ୍ଳକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଦେଉଳି ସ୍ଥିତ ଓ ମଶିଶୁ ଶିକ୍ଷା କେନ୍ଦ୍ର ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଚାରା ନେହେରୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ସମସ୍ତେ ଶିଶୁଦିବସ ସଂପର୍କରେ ମନ୍ତବ୍ୟ ରଖିଥିଲେ । ତାପରେ ବିଦ୍ୟାଳୟର ପ୍ରତିଷ୍ଠାତା ମନୋଜ କୁମାର ବେହେରା ବିଜ୍ଞାନ ମେଳା କୁ ଫିତା କାଟି ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଚ଼ନ୍ଦ୍ରିକା ପୁଥାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେଶୁଳିଆପଦା ତହସିଲଦାର ନାରାଣ ହେମ୍ବ୍ରମ , ଓ ତାଙ୍କ ସହଧର୍ମିଣୀ ଶାନ୍ତିପ୍ରିୟା ମୁର୍ମୁ ଯୋଗ ଦେଇ ପିଲାଙ୍କୁ ବିଜ୍ଞାନର ଉପକାରିତା ସଂପର୍କରେ ଓ ବିଜ୍ଞାନ ଆଗେଇଲେ ଦେଶ ଆଗେଇବ ଦେଶ ଆଗେଇଲେ ଆମେ ଆଗେଇବା ବୋଲି ଉଦ୍ବୋଧନ ଦେଇଥିଲେ। ସମ୍ମାନୀୟ ଅତିଥିମାନେ ବିଜେପିର ୫୩ ନଂ ଜୋନର ମଣ୍ଡଳ ସଭାପତି ମନୋଜ କୁମାର ଦାଂ ଯୋଗଦେଇଭଲ ମଣିଷ ହେବାକୁ ଆହ୍ୱାନ ଦେଇଥିଲେ । ବିଜେପିର ଅନ୍ୟତମ ଯୁବ ପ୍ରତିଭା ଅନ୍ତର୍ଯ୍ୟାମୀ କାନୁନଗୋ ଯୋଗଦେଇ ପିଲାଙ୍କୁ ଶିଶୁ ଦିବସ ଓ ବିଜ୍ଞାନ ମେଳା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଅର୍ଚ୍ଚନା ଟିପିରିଆ, ପ୍ରଜ୍ଞା, ବାସନ୍ତୀ, ସୁଦେବୀ, ମାମି, ବିଷ୍ଣୁ, ଲକ୍ଷ୍ମୀ, ମମତା, ମୀନତି, ମାନସୀ, ମନ୍ଦାକିନୀ , ସସ୍ମିତା, ବିଜ୍ଞାନ ମେଳାରେ ସହଯୋଗ କରିଥିଲେ । ମେଳାରେ ୪୯ଟି ଷ୍ଟଲ ପ୍ରଦର୍ଶିତ କରାଯାଇଥିଲା । ମୁଖ୍ୟ ଅତିଥି ଙ୍କ ଦ୍ଵାରା ଛାଡଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ବିକି ଓ ମାମା ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ସଂପାଦନ କରିଥିଲେ ।ଶେଷ୍ରରେ ଶିକ୍ଷକ ନାରାୟଣ ପୁଷ୍ଟି- ବିଜ୍ଞାନ ମେଳା ଓ ଶିଶୁଦିବସ ସଂପର୍କରେ ବୁଝାଇବା ସହିତ ଅନ୍ୟବାଦ ଅର୍ପଣ କରିଥିଲେ ।
