November 14, 2026

ଛତ୍ରମଠ ସରସ୍ବତୀ ଶିଶୁମନ୍ଦିର ରେ ଶିଶୁଦିବସ ପାଳନ

IMG-20261114-WA0106
Share

=ତିର୍ତ୍ତୋଲ ତା 14/11/2026 ତିର୍ତ୍ତୋଲବ୍ଲକ, ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ପଞ୍ଚାୟତ ଅଧିନ ଛତ୍ରମଠ ( ତରାପୁର ) ସ୍ଥିତ ସରସ୍ବତୀ ଶିଶୁମନ୍ଦିର ପରିସରରେ, ସ୍ୱାଧୀନ ଭାରତ ର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଙ୍କ ଜନ୍ମଦିନ ର ସ୍ମୃତି ସ୍ୱରୂପ, ଶିଶୁଦିବସ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି l ଅନୁଷ୍ଠାନ ର ପ୍ରାଣପ୍ରତିଷ୍ଠାତା ଧୁନଚନ୍ଦ୍ର ସେନାପତି ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ସାହୁ, ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ, ନିକଟସ୍ଥ ଇଛାବିହାରୀ ବିଦ୍ୟାମନ୍ଦିର ର ପ୍ରାକ୍ତନ ପ୍ରଧାନଶିକ୍ଷକ ଭୋଳାନାଥ ଦାସ, ପଣ୍ଡିତ ନେହେରୁ ପିଲାମାନଙ୍କୁ ଖୁବ ଭଲପାଉଥିବାରୁ ତାଙ୍କୁ ଶିଶୁମାନେ ଚାଚା ନେହେରୁ ବୋଲି ଡାକୁଥିଲେ l ସରସ୍ବତୀ ଶିଶୁମନ୍ଦିର ମାନଙ୍କରେ ପାଠପଢା ସହିତ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଯାଉଥିବାରୁ ଆଜି ଆମରାଜ୍ୟରେ ଶିଶୁମନ୍ଦିର ରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ ମାନେ ଅଧିକସଂଖ୍ୟକ ସର୍ବୋଚ୍ଚନମ୍ବର ରଖି ଉତ୍ତୀର୍ଣ୍ଣ ହେଉଥିବାର ଦେଖିବାକୁ ମିଳୁଛି, ବୋଲି ମତବ୍ୟକ୍ତ କରିଥିଲେ l ଏହିଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ସୁଜାତା ନାୟକ ସଂଯୋଜନା କରିଥିଲେ, ଏବଂ ଅଶୋକ କୁମାର ସିଂହ, ସରୋଜିନୀ ରାଉତ, ରାଜଶ୍ରୀ ମନୋହାରୀ, ବିନ୍ଦୁଶ୍ରୀ ବେହେରା, ସୁଜାତା ରାଉତ, ଶିବାଙ୍ଗୀ ବର୍ଦ୍ଧନ, ସାବିତ୍ରୀ ମହଲା ଓ କମଳିନୀ ଶତପଥୀ ପରିଚାଳନା ଗତ ସହାୟକ ହୋଇଥିବା ବେଳେ,ଶୁଭଶ୍ରୀ ତ୍ରିପାଠୀ ପ୍ରତିଯୋଗିତା ପରିଚାଳନା କରିଥିଲେ l ପରିଶେଷରେ ଗୁରୁଜୀ ଶିବ ପ୍ରସାଦ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର