ସମ୍ବଲପୁରରେ ଭୟାବହ ଟ୍ରକ୍ ଦୁର୍ଘଟଣା : ସମାଜସେବୀ ଶୈଳରାଜ ମହାରଣାଙ୍କ ପରଲୋକ
ବରଗଡ,ତା ୨/୧୧(ସୁରେନ୍ଦ୍ର କଠାର)
ଆଜି ସକାଲେ ବରଗଡ ଜିଲ୍ଲା ର ଆତାବିରା ବ୍ଲକ ର କୁଲିତା ଟୁକୁରା ଗ୍ରାମ ର ଶୈଳରାଜ ମହାରଣା ସମ୍ବଲପୁରର ଅଇଁଠାପାଲି ଠାରେ ଘଟିଥିବା ଏକ ଭୟାବହ ଟ୍ରକ୍ ଦୁର୍ଘଟଣାରେ ସମାଜସେବୀ ଶୈଳରାଜ ମହାରଣାଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପରିଚିତ ମହଲ, ସାମାଜିକ ସଂଗଠନ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ଶୈଳରାଜ ମହାରଣା ମାଁ ପନ୍ଥେଇ ଚେରିଟେବଲ୍ ଟ୍ରଷ୍ଟର ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ । ସେ ଜଣେ ସମାଜସେବୀ ଭାବେ ସାମାଜିକ କାର୍ଯ୍ୟ ଓ ଜନକଲ୍ୟାଣମୂଳକ ପ୍ରୟାସ ସହ ଜଡ଼ିତ ଥିଲେ। ସମାଜ ପ୍ରତି ତାଙ୍କର ଅବଦାନ ତାଙ୍କୁ ଜାଣିଥିବା ଲୋକଙ୍କ ମନରେ ସ୍ମରଣୀୟ ହୋଇ ରହିବ।
ତାଙ୍କ ଅକାଳ ବିୟୋଗରେ ଏକ ସାମାଜିକ ମହଲରେ ଗଭୀର ଶୂନ୍ୟତା ସୃଷ୍ଟି ହୋଇଛି। ତାଙ୍କ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ସମସ୍ତ ଶୁଭେଚ୍ଛୁଙ୍କ ପ୍ରତି ଗଭୀର ସମବେଦନା ଜଣାଯାଉଛି ।
