ଲେଣ୍ଡାରେ ଏକ ଦିବସିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓ ରକ୍ତଦାନ ଶିବିର ଅନୁଷ୍ଠିତ
ବରପାଲି : (ସୁଦାମ ଦୀପ)ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଲେଣ୍ଡା ଗ୍ରାମରେ ଆଜି ମା’ ଲେଣ୍ଡାତଲିଏନ ଫୁଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏକ ଦିବସିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ଓ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ଯ ଯୋଗଦେଇଥିଲେ। ଏହି ଅବସରରେ ସେ ଫୁଟବଲ ମ୍ୟାଚ୍ରେ ଉପସ୍ଥିତ ରହି ଖେଳାଳିମାନଙ୍କ ସହ ଭାବ ବିନିମୟ କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ।ଏଥିସହ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନର ମହତ୍ତ୍ୱ ଓ ଏହାର ସାମାଜିକ ଉପାଦେୟତା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଦିଗଦର୍ଶନ ଦେଇଥିଲେ। ରକ୍ତଦାନ ଏକ ମହତ୍ କାର୍ଯ୍ୟ ଏବଂ ଜଣେ ବ୍ୟକ୍ତିଙ୍କ ରକ୍ତ ଅନ୍ୟ ଜଣଙ୍କ ଜୀବନ ରକ୍ଷାରେ ସହାୟକ ହୋଇପାରେ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରପାଲି ନଗର ମଣ୍ଡଳ ସଭାପତି ପ୍ରତାପ କେଶରୀ ସିଂ, ବିଜେପୁର ନଗର ମଣ୍ଡଳ ସଭାପତି ମହେଶ ଦେବତା,ବରପାଲି ତହସିଲଦାର ରୁକ୍ମଣ ମେହେର, ଯୁବ ନେତା ସଂଗ୍ରାମ କେଶରୀ ବାରିକ, ଶରତ ଦାସ, ଓ ଧୀର ପତି,ବିକ୍ରମ କେଶରୀ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ସହ ରକ୍ତଦାନ ଭଳି ମହତ୍ କାର୍ଯ୍ୟକୁ ପ୍ରୋତ୍ସାହନ ଦେବାରେ ଏଭଳି ଆୟୋଜନର ଗୁରୁତ୍ୱ ରହିଛି।ଏଥିରେ ୩୨ ୟୁନିଟ ରକ୍ତଦାନ କରିଥିବା ବେଲେ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସିକିର୍ଡି, ଜୁଲଟ, ଜାରିଙ୍ଗ, କଦଲିପାଲି, ଧିରପୁର, ଉଲବା, କାଇଁଶିର, ଅଇଁଠାପାଲି ଦଳ ଅଂଶ ଗ୍ରହଣ କରିଥିଲେ l ଫାଇନାଲ ଖେଳରେ ଉଲବା ଦଳ କଦଲିପାଲିକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସହଯୋଗ କରିଥିଲେ ଲେଣ୍ଡା ଗ୍ରାମର ଆଥେଲେଟିକ ଆସୋସିଏସନ୍ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
