ବରପାଲି ରେ ସେନା ନିବୃତ ଯବାନ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ବରପାଲି ,୦୨-୧୧(ସୁଦାମ ଦୀପ) ବରପାଲି ର ରବି ଶର୍ମା ସେନା ବାହିନୀ ରୁ ଅବସର ଗ୍ରହଣ କରିବା ପରେ ଆଜି ବରପାଲି ଫେରିଛନ୍ତି । ଏହି ଅବସର ରେ ଆଜି ସକାଳେ ବରପାଲି ରେଳ ଷ୍ଟେସନ୍ ଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବରପାଲି ତହସିଲ ଛକ ର ବାସିନ୍ଦା ଭବାନୀ ଶର୍ମା ଙ୍କ ସେ ସୁପୁତ୍ର ଥିଲେ । ଦୀର୍ଘ ୧୭ ବର୍ଷ କାଳ ସେ ଭାରତୀୟ ସେନାବାହିନୀ ରେ ରହି ଦେଶ ମାତୃକା ର ସେବା କରି ଆସୁଥିଲେ । ଆଜି ସୋମବାର ସକାଳେ ଇସ୍ପାତ ଟ୍ରେନ୍ ଯୋଗେ ସେ ବରପାଲି ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହା ପରେ ଏକ ଶୋଭାଯାତ୍ରା ରେ ଅଣାଯାଇ ଗାନ୍ଧୀ , ଗଙ୍ଗାଧର ମେହେର ଓ ସୁବଳ ସାହୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସେ କରି ଥିଲେ । ଏହି ଶୋଭାଯାତ୍ରା ରେ ଶତାଧିକ ବାଇକ୍ ସାମିଲ ହୋଇଥିଲା । ଏହି କାର୍ଯକ୍ରମ ରେ ଯୁବ ନେତା ଟିକାୟତ ମହତ୍ତମ, ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସେନା ନିବୃତ ଯବାନ ଭବାନୀ ଶଙ୍କର ସାହୁ ଙ୍କ ସମେତ ବହୁ ଶୁଭେଚ୍ଛୁ ଓ ଭଦ୍ରବ୍ୟକ୍ତି ଯୋଗ ଦେଇଥିଲେ।
