ଅସ୍ତରଙ୍ଗରେ ଗଜଲକ୍ଷ୍ମୀ ପୂଜାର ଭସାଣି ଉତ୍ସବ
ଅସ୍ତରଙ୍ଗ, ଅସ୍ତରଙ୍ଗରେ ମା ଲକ୍ଷ୍ମୀ କ୍ଲବ୍ ଆନୁକୂଲ୍ୟରେ କୁମାରପୂର୍ଣ୍ଣିମାରୁ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜାର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିସର୍ଜନ ନୀତିକାନ୍ତି ପରେ ଧନଦାତ୍ରୀଙ୍କୁ ଶୋଭାଯାତ୍ରାରେ ନେଇ ଘଣ୍ଟ ଓ ଶଙ୍ଖ ଧ୍ୱନି ସହ ହରିନାମ ସଂକୀର୍ତ୍ତନ ଦ୍ୱାରା ବଜାର ପରିକ୍ରମା ହୋଇଥିଲା | ଭଉଁରିଆ ନଦୀ ଅଭିମୁଖେ ବାହାରି ମାଆଙ୍କ ମୃର୍ତ୍ତିକୁ ବିସର୍ଜନ କରାଯାଇଥିଲା | ସଭାପତି ହରିହର ମହାନ୍ତି ଓ କାର୍ଯ୍ୟକାରୀ ସଭାପତି ଚିତ୍ରସେନ ପ୍ରଧାନ ନେତୃତ୍ୱରେ ପୂଜାକାର୍ଯ୍ୟ ସମ୍ପାଦନ ହେବା ସହ ଆଜି ସନ୍ଧ୍ୟାରେ ଶାନ୍ତିଶୃଙ୍ଖଳାର ସହ ଭସାଣି କାର୍ଯ୍ୟକ୍ରମ ସମାପନ ହୋଇଥିଲା, ଉପସଭାପତି ମନୋଜ ବିଶ୍ୱାଳ, ସମ୍ପାଦକ ଦିଲ୍ଲୀପ ଦାସ, ସାଂସ୍କୃତିକ ସମ୍ପାଦକ ଦେବାଶିଷ ବାରିକ ସହ ଅନ୍ୟ ବରିଷ୍ଠ ଓ କନିଷ୍ଠ ସଭ୍ୟ ଭସାଣି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆଗଧାଡିର ସମସ୍ତ ସଦସ୍ୟବୃନ୍ଦ ଯୋଗଦେଇ ମା ଧନଦାତ୍ରୀଙ୍କୁ ବିଦାୟ ଦେଇଥିଲେ | ଅନ୍ୟପକ୍ଷରେ ପୂଜା ଅବସରରେ ନଭେମ୍ବର ୧ରୁ ୦୭ ପର୍ଯ୍ୟନ୍ତ ମୁକ୍ତ ନାଟକ ପ୍ରତିଯୋଗିତା ଓ ୮ ତାରିଖ ଦିନ ପୁରସ୍କାର ବିତରଣ ଉତ୍ସବ ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି, ବର୍ତ୍ତମାନ ବିଶେଷକରି ବିଭିନ୍ନ ନିଜସ୍ୱ ଓ ଆନ୍ତଃରାଜ୍ୟ ଲୋକକଳା ରେ ଭଷାଣି ଉତ୍ସବ ଅନୁଷ୍ଠିତ କରିଥିବାବେଳେ ଅସ୍ତରଙ୍ଗ ମୁଖ୍ୟ ବଜାର ର ସବୁଠୁ ପୁରୁଣା ଲଷ୍ମୀ କ୍ଲବ ଆନୁକୂଲ୍ୟରେ ହୋଇଥିବା ଲଷ୍ମୀପୂଜା ଭଷାଣି ରେ ଚଳିତ ବର୍ଷ ମହିଳା ସଂକୀର୍ତନ ମଣ୍ଡଳୀ ଙ୍କ ଦ୍ୱାରା ହରିନାମ ସଂକୀର୍ତନ ମାଧ୍ୟମ ରେ ଭଷାଣି ର ଶୋଭାଯାତ୍ରା ଅସ୍ତରଙ୍ଗ ବଜାର ରେ ଏକ ନିଆରା ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା, ଆଜିର ସମାଜ ରେ ହରିନାମ ସଂକୀର୍ତନ ହଜିଯାଉଥିବା ବେଳେ ମା ଲଷ୍ମୀକ୍ଲବ ଆନୁକୂଲ୍ୟରେ ହରିନାମ ସଂକୀର୍ତ୍ତନ ସହ ହରିପ୍ରିୟା ଙ୍କ ଭଷାଣି ଯାତ୍ରା ରେ ନିଆରା ପରିଚୟ ସୃଷ୍ଟି ସହ ଆମ ପୁରୁଣା ପ୍ରଥା ଓ ଧାର୍ମିକ ପରମ୍ପରା କୁ ଉଜ୍ଜୀବିତ କରିବାକୁ ଅନୁଷ୍ଠାନ ର ନିଆରା ପ୍ରୟାସ ବୋଲି ବରିଷ୍ଠ ରାଜନୀତିଜ୍ଞ ପ୍ରଶାନ୍ତଭୋଳ ମତ ପ୍ରକାଶ କରିଥିଲେ, ଏହା ସହ ଅସ୍ତରଙ୍ଗ ବଜାର ର ଅନେକ ବୟଜ୍ୟୋଷ୍ଠ ବୁଦ୍ଧିଜୀବୀ ଏହି ନିଆରା ପାରମ୍ପରିକ ଭଷାଣି ଯାତ୍ରା କୁ ସ୍ୱାଗତ କରିବା ସହ ଏହାକୁ ବଜାୟ ରଖିବାକୁ ମତ ପରିପ୍ରକାଶ କରିଛନ୍ତି l
