October 11, 2026

ଜୀବନ ଜୀବିକା ସାଜିଥିବା ଅଟୋ କୁ ଜାଳି ଦେଲେ ଦୁର୍ବୁତ୍ତ

IMG-20261008-WA0138
Share

 

ତିର୍ତ୍ତୋଲ(୮/୧୦):- ଅଟୋ କୁ ଜାଳି ଦେଲେ ଦୁର୍ବୁତ୍ତ, ଯେଉଁ ଅଟୋ ଥିଲା ପରିବାର ପ୍ରତିପାଳନ ର ଏକମାତ୍ର ସାଧନ, ରାତି ଅଧ ରେ କେହି ଦୁର୍ବୁତ୍ତ ସେହି ଅଟୋ ରେ ନିଆଁ ଲଗେଇ ଦେଇଛନ୍ତି | ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ କୋଲର ପଞ୍ଚାୟତ ଅଧୀନ ପାଟକୁରା ଗ୍ରାମରେ | ଏହି ଗ୍ରାମର ଦିଲ୍ଲୀପ କୁମାର ହୋତା ଅଟୋ ଚଳାଇ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି, ଗତକାଲି ବିଳମ୍ବିତ ରାତ୍ରିରେ କେହି ଦୁର୍ବୁତ୍ତ ତାଙ୍କ ଅଟୋ ରେ ନିଆଁ ଲଗେଇ ଦେଇଥିଲେ | ଦିଲ୍ଲୀପ ଙ୍କ ପତ୍ନୀ ରାତିରେ ଉଠିବା ସମୟରେ ଅଟୋ ଜଳୁଥିବାର ଦେଖିବାକୁ ପାଇଥିଲେ, ଅଟୋ ର ନିଆଁ ଲିଭାଇବା ପାଇଁ ପୁରା ପରିବାର ଲାଗିପଡ଼ିଥିଲେ | ଅଟୋ ର ଅଧିକାଂଶ ଭାଗ ଜଳିଯାଇଥିବା ବେଳେ ୧୧୨ କୁ ଯୋଗାଯୋଗ କରିଥିଲେ ଦିଲ୍ଲୀପ | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିବା ବେଳେ ଦିଲ୍ଲୀପ ଏବଂ ତାଙ୍କ ପରିବାର ନିଜ ଜ୍ୱାଇଁ ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି | ଅନ୍ୟ ପକ୍ଷରେ ଘଟଣା ସ୍ଥଳରେ ଚାରିଗୋଟି ଅଫୁଟା ସୁତୁଲି ବୋମା, ବ୍ଲେଡ, ତେଲ ବୋତଲ ସହିତ ଚକୁଳି ଚିକେନ କଷା ପଡ଼ିଥିବା ଦେଖିବାକୁ ମିଳିଛି | ତେବେ ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ଅନୁସନ୍ଧାନ ଜାରୀ ରଖିଥିବା ବେଳେ ଉପଯୁକ୍ତ ତଦନ୍ତ କରି ଦୋଷୀ ମାନଙ୍କୁ ଧରି ଏକ ଅଭାବୀ ପରିବାର କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଦିଲ୍ଲୀପ ଙ୍କ ପରିବାର ସମେତ ସ୍ଥାନୀୟ ବାସିନ୍ଦା ମାନେ ଦାବୀ କରିଛନ୍ତି |ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed