October 10, 2026

ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ସଫଳ ହୋଇଛି

IMG-20261008-WA0137
Share

ତିର୍ତ୍ତୋଲ

ଜଗତସିଂପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକ ରେ ଆଜି କଂଗ୍ରେସ ଦଳ ତରଫରୁ ଚାରି ଦଫା ନେଇ ବାର ଘଣ୍ଟିଆ ଓଡ଼ିଶା ବନ୍ଦ କାର୍ଯ୍ୟକ୍ରମ ସଫଳ ହୋଇଛି। କିନ୍ତୁ କଂଗ୍ରେସ ଦଳ ର ଓଡ଼ିଶା ବନ୍ଦ ଡାକରା କୁ ସମ୍ପୂର୍ଣ୍ଣ ବିଫଳ କରିବା ପାଇଁ ତିର୍ତ୍ତୋଲ ପୋଲିସ ସମେତ କନକ ପୁର୍ ଫାଣ୍ଡି ଅଧିକାରୀ ମାନେ ଲାଗି ପଡ଼ିଥିଲେ ସଁଅରା ଛକ ଠାରେ ଆଜି ଶାନ୍ତି ପୂର୍ଣ୍ଣ ଭାବେ ଅଖ ଚକ ଠପ୍ କାର୍ଯ୍ୟ କରାଯାଇଥିଲା । ଦୁଗ୍ଧ ଗାଡ଼ି,ଆମ୍ବୁଲାନ୍ସ, ମେଡିକାଲ କର୍ମଚାରୀ ,ରୋଗୀ,ବିଦ୍ୟାଳୟ ର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଗୋଲାପ ଫୁଲ ଏବଂ ଚକୋଲେଟ୍ ଦେଇ ଛାଡିଦେଉଥିଲେ।କିନ୍ତୁ କିଛି ଅମାନିଆ ବ୍ୟକ୍ତି ଙ୍କୁ ବୁଝାଇ ସିଝାଇ କଂଗ୍ରେସ କର୍ମୀ ମାନେ ବିଦା କରି ଦେଉଥିଲେ , ଘଟଣା ସ୍ଥଳରେ କନକ ପୂର୍ ଆଉଟ୍ ପୋଷ୍ଟ ଇଞ୍ଚାର୍ଜ୍ ପହଞ୍ଚି ଧାରଣା ବନ୍ଦ କରିବାକୁ ଧମକ ଦେଇଥିଲେ କିନ୍ତୁ କେହିବି ଧାରଣା ସ୍ଥଳରୁ ପଛ ଘୁଞ୍ଚା ଦେଇ ନଥିଲେ,ପରେ ପରେ ତିର୍ତ୍ତୋଲ ଥାନା ଅଧିକାରୀ ଆସି ଧାରଣ ସ୍ଥଳରୁ ସୁଭାଶିଷ ସ୍ୱାଇଁ ତିର୍ତ୍ତୋଲ ତିନି ନମ୍ବର ଜୋନ୍ ର କଂଗ୍ରେସ ସଭାପତିଙ୍କୁ ବଳ ପ୍ରୟଗୋ ଭାବେ ଉଠାଇ ନେବା ସମୟରେ ଚାରି ଜଣ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଉଠାଇ ନେଇଥିଲା। ପରେ ପରେ ତିନି ଘଣ୍ଟା କ୍ରିଷ୍ଣାନନ୍ଦ ପୂର୍ ଥାନାରେ ରଖି ଛାଡି ଦେଇଥିଲେ।ତିର୍ତ୍ତୋଲ ର କଂଗ୍ରେସ ନେତା ଙ୍କ ସମେତ ଅନେକ କଂଗ୍ରେସ କାର୍ଯ୍ୟ କର୍ତ୍ତା ମାନେ ଯାଇ ଗଗନ ବିହାରୀ ସାହୁ,ଉଦୟ ଭୁଁଇଆ,ଦୁଷ୍ମନ୍ତ ବେହେରା, ଚିତ୍ତରଞ୍ଜନ ସ୍ୱାଇଁ ବିହାରୀ ସାହୁ, ପାଞ୍ଚ ଜଣଙ୍କୁ ଭେଟି ଥିଲେ ଏବଂ ପୋଲିସ ର ଏହି ହୀନ ମାନସିକତା ପାଇ ଘୋର ନିନ୍ଦା ମଧ୍ୟ କରିଥିଲେ। ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed