ଅଟ୍ରି ଏକାଦଶ ରୁଦ୍ର ବାବା ହାଟକେଶ୍ୱରଙ୍କ ଦର୍ଶନ କଲେ ମାନ୍ୟବର ରାଜ୍ୟପାଳ
ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଅଟ୍ରିରେ ପହଞ୍ଚି ଏକାଦଶ ରୁଦ୍ର ବାବା ହାଟକେଶ୍ୱରଙ୍କ ଦର୍ଶନ କରିଛନ୍ତି ଓଡ଼ିଶାର ମାନ୍ୟବର ରାଜ୍ୟପାଳ। ଏହି ଅବସରରେ ତାଙ୍କ ସହ ଧର୍ମପତ୍ନୀ ମଧ୍ୟ ଉପସ୍ଥିତ ଥିଲେ।
ମନ୍ଦିରରେ ପହଞ୍ଚିବା ପରେ ରାଜ୍ୟପାଳ ଓ ତାଙ୍କ ଧର୍ମପତ୍ନୀ ବାବା ହାଟକେଶ୍ୱରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ପରିସରରେ ତାଙ୍କୁ ପୂଜକ ଓ ସେବାୟତମାନେ ପାରମ୍ପରିକ ରୀତିନୀତିରେ ସ୍ୱାଗତ କରିଥିଲେ। ରାଜ୍ୟପାଳଙ୍କ ଅଟ୍ରି ଆଗମନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଥିଲା।
