September 30, 2026

୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

IMG-20260930-WA0018
Share

 

ବରପାଲି -(ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ପୋଲିସ ବଡ଼ ଧରଣର ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି l ନିଶା ମୁକ୍ତ ଭାରତ ଅଭିଯାନ ତଥା ବରଗଡ ଏସ୍ପିଙ୍କ କଡା ନିର୍ଦ୍ଦେଶକ୍ରମେ ବରପାଲି ପୁଲିସ ଏସଆଇ ଦୀପିକା ତିର୍କି ଙ୍କ ନେତୃତ୍ଵରେ କୌଣସି ସୂଚନା ମତେ ଖବର ପାଇ ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ତୁଲଣ୍ଡି ଗ୍ରାମର ପ୍ରଶାନ୍ତ ସାହୁଙ୍କ (୪୨) ବର୍ଷିୟ ଯୁବକଙ୍କ ଘରେ ବରପାଲି ପୋଲିସଟିମ ଚଢାଉକରି ତାଙ୍କ ନିକଟରୁ ୩୫ କେଜି ୬୮୦ ଗ୍ରାମର ଗଞ୍ଜେଇ ଓ ୨ ଟି ମୋବାଇଲ ଫୋନ ଜବତ କରିବା ସହିତ ପ୍ରଶାନ୍ତ ସାହୁଙ୍କୁ ଗିରଫ କରିଛି ବରପାଲି ଥାନା କେଶ ନମ୍ବର ୪୩୨, U/S-(b)( ii) (c) NDPS Act ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି ବୋଲି ବରପାଲି ଥାନା ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରକାଶ କରିଛନ୍ତି l