ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ
ବରପାଲି – (ସୁଦାମ ଦୀପ) ତା ୨୯/୦୯/୨୦୨୬ ମଙ୍ଗଳବାର ଦିନ ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କାଦଳୀପାଲିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ହିନ୍ଦୀ ଦିବସ ପାଳିତ ହୋଇ ଯାଇଅଛି। ହିନ୍ଦୀ ବିଭାଗର ଅଧ୍ୟାପକ ନେପାଳ ବିଶ୍ୱାଲଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବେ ଡ. ସୁଷମା ଭୋଇ ,ପ୍ରଫେସର ଘନଶ୍ୟାମ ଦାଶ ଗ୍ରାମାଞ୍ଚଳ ମହାବିଦ୍ୟାଳୟ କଟାପାଲି,ବରପାଲି
ଯୋଗଦାନ କରି ଡିଜିଟାଲ ଯୁଗରେ ହିନ୍ଦୀ ଭାଷା ଉପରେ ଆଲୋଚନା କରିଥିଲେ। ଏ ଅବସରରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପଣ୍ଡା ହିନ୍ଦୀ ଭାଷାର ବିକାଶ ଓ ତାର ବ୍ୟବହାର ଉପରେ ନିଜର ମତ ରଖିଥିଲେ। ମହାବିଦ୍ୟାଳୟର ଛାତ୍ରୀମାନେ ସାଂପ୍ରତିକ ସମୟରେ ଓଡିଶାରେ ହିନ୍ଦୀ ଭାଷାର ବ୍ୟବହାରିକ ବ୍ୟବହାର ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ। ପରିଶେଷରେ ହିନ୍ଦୀ ବିଭାଗର ନବାଗତା ଅଧ୍ୟାପିକା ସୁମନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସହକର୍ମୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।
