September 30, 2026

ମାଲକାନଗିରି ଜିଲ୍ଲାରେ ୭୩୭ ପରୀକ୍ଷାର୍ଥୀ ଦେଲେ ଓଏସଟିଇଟି 

IMG-20260930-WA0026
Share

 

 

ମାଲକାନଗିରି

ତାରିଖ ୩୦-୯-୨୦୨୬

 

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଟିଇଟି)-୨୦୨୬ ଆଜି ୩ ଟି କେନ୍ଦ୍ରରେ ଅନୁଷ୍ଠିତ ସୁରୁଖୁରୁରେ ହୋଇଯାଇଛି ।

ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଲା ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

 

ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଅନୁସାରେ ୬୯୭ ପରୀକ୍ଷାର୍ଥୀ ୩ଟି କେନ୍ଦ୍ର ଯଥା ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମ୍ ଭି ୭, ପିଏମଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ମାଲକାନଗିରିରେ ପରୀକ୍ଷା ଦେଇଥିବା ବେଳେ ୪୦ଜଣ ଅନୁପସ୍ଥିତି ଥିଲେ ।

 

ପ୍ରଶାସନ ପକ୍ଷରୁ ପରୀକ୍ଷା କେନ୍ଦ୍ରର ସୁରକ୍ଷା ନିମନ୍ତେ ସିସିଟିଭି ସହ ପୋଲିସ ମୃତୟନ କରାଯିବା ସହିତ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷାରେ ଅନିୟମିତା ରୋକିବା ପାଇଁ ଆନ୍ତରିକ ଓ ବାହ୍ୟ ନିରୀକ୍ଷକ ସହ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ଉପରେ ସିସିଟିଭି ନଜରର ବ୍ୟବସ୍ଥା ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ଵାରା ହୋଇଥିବା ସହ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ଆଦି ବର୍ଜିତ ହୋଇଥିଲା ।