September 27, 2026

ଘର ହିଁ ବିଦ୍ୟାଳୟର ଦ୍ବିତୀୟ ପର୍ଯ୍ୟାୟ ଅନୁଷ୍ଠିତ

IMG-20260926-WA0031
Share

 

 

ବରଗଡ,

ଅଦ୍ୟ ତା. ୨୬-୦୯-୨୦୨୬ରିଖ ଶନିବାର ଦିନ ଅତାବିରା ଥାନା ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ଘର ହିଁ ବିଦ୍ୟାଳୟ” ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ ପ୍ରଧାନ ଆଚାର୍ଯ୍ୟ ମକୁନ୍ଦ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ଶ୍ରମତୀ ଚୁମକି ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ। ଶିଶୁ ବାଟିକା ପ୍ରମୁଖ ସୁଶ୍ରୀ କୁନ୍ତୀ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶିଶୁ ମାନଙ୍କର ମୁଣ୍ଡରେ ଥାଲିଆ ଧରି ଚାଲିବା, ଟୋପି ପିନ୍ଧା ଦୌଡ ଓ ମାଆ ମାନଙ୍କର ବାଲତି ଭିତରକୁ ବଲ ଫିଙ୍ଗିବା କ୍ରିୟାକଳାପ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମକୁ

ଶ୍ରମତୀ ରେଣୁକା ପାତ୍ର ପରିଚାଳନା କରିଥିବାବେଳେ ସୁଶ୍ରୀ ଗୁପ୍ତେଶ୍ବରୀ କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ

ଗୁରୁମା, ଗୁରୁଜୀ ସହଯୋଗ କରିଥିଲେ।