ଜୁପିଟର ପବ୍ଲିକ ସ୍କୁଲ ଗଙ୍ଗପଡାରେ ହିନ୍ଦୀ ପକ୍ଷ ପାଳିତ
ଖୋର୍ଦ୍ଧା- ( ପ୍ରିୟଙ୍କା ମହାପାତ୍ର)ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ, ଓଡ଼ିଶା ପ୍ରାନ୍ତର ଭାଷା ସୁରକ୍ଷା ଅଭିଯାନ ଏବଂ ଜୁପିଟର ପବ୍ଲିକ ସ୍କୁଲ, ଗଙ୍ଗପଡାର ମିଳିତ ସହଯୋଗରେ ହିନ୍ଦୀ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରିନ୍ସିପାଲ ଅନୁପମା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅତିଥି ପରିଚୟ ପ୍ରଦାନ କରାଯିବା ପରେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ଦୀପ ପ୍ରଜ୍ବଳନ କରାଯାଇଥିଲା। ଏହି ଅବସରରେ ଜୁପିଟର ପବ୍ଲିକ ସ୍କୁଲର ସିଇଓ ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡା ମୁଖ୍ୟ ଉଦ୍ଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶା ଯାନ୍ତ୍ରିକ ମହାବିଦ୍ୟାଳୟ, ଭୁବନେଶ୍ୱରର ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ, ଓଡ଼ିଶାର ବୈଷୟିକ ଶିକ୍ଷା ପ୍ରାନ୍ତ ସଂଯୋଜକ ପ୍ରାଧ୍ୟାପକ ରାଜେନ୍ଦ୍ର ପ୍ରସାଦ ନାୟକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ସମ୍ବଳ ହିନ୍ଦୀ ଶିକ୍ଷକ, ହିନ୍ଦୀ ଅନୁବାଦକ ତଥା ଲେଖକ ଶ୍ରୀ ଆଶିଷ କୁମାର ରାୟ ଯୋଗଦେଇଥିଲେ।ସମ୍ମାନିତ ଅତିଥି ରୂପେ ସିଆରସିସି, କୁଶମାଟି, ଜଟଣୀ ତଥା ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ, ଓଡ଼ିଶାର ବିଦ୍ୟାଳୟ ଶିକ୍ଷା ପ୍ରାନ୍ତ ସଂଯୋଜିକା ଡ. ରଶ୍ମିତା ନାୟକ, ଭାରତୀୟ ଭାଷା ମଞ୍ଚ, ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସର ପ୍ରାନ୍ତ ସଂଯୋଜକ ଅଧିବକ୍ତା ଲିଙ୍ଗରାଜ ସାହୁ, ଖୋର୍ଦ୍ଧା ଜିଲ୍ଲା ସହ-ସଂଯୋଜକ ଜୟନ୍ତ କୁମାର ଦାସ ଓ ବିକ୍ରମ କେଶରୀ ଚମ୍ପତ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ହିନ୍ଦୀ ଭାଷା ସୁରକ୍ଷା ଅଭିଯାନ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ବକ୍ତାମାନେ କହିଥିଲେ ଯେ, ପୃଥିବୀରେ ସର୍ବବୃହତ ଭାଷା ମଧ୍ୟରେ ଚାଇନିଜ ପ୍ରଥମ, ଇଂରାଜୀ ଦ୍ୱିତୀୟ ଏବଂ ହିନ୍ଦୀ ତୃତୀୟ ସ୍ଥାନରେ ରହିଛି। ଭାରତୀୟ ରାଜଭାଷା ହିନ୍ଦୀ ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ମନୋରଞ୍ଜନ କ୍ଷେତ୍ରରେ ଏହାର ବ୍ୟବହାର ଅଧିକରୁ ଅଧିକ ବୃଦ୍ଧି ପାଉଛି।ଉପସ୍ଥିତି ଛାତ୍ର ଛାତ୍ରୀମାନଙ୍କ ମଧ୍ୟରିୁ ଶିଲା ଶତାବ୍ଦୀ ସ୍ବାଇଁ,ଆକାଶ ଆଚାର୍ଯ୍ୟ, ପି କେ ଆରୀୟନ ବ୍ରହ୍ମା ନିଜ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ । ହିନ୍ଦୀ ଶିକ୍ଷକ ବିପିନ ଯାଦବ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ବରିଷ୍ଠ ହିନ୍ଦୀ ଶିକ୍ଷୟିତ୍ରୀ ରଜନୀ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
