September 27, 2026
IMG-20260926-WA0030
Share

 

 

ବରଗଡ,,

ଭେଡେନ ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଖୁଣ୍ଟୁଲିପାଲି ଠାରେ ନମାମି ଭାରତଂ କାର୍ଯ୍ୟକ୍ରମ ଅବସରରେ ତା ୨୫/୦୯/୨୦୨୬ ରିଖ ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ ସାମୂହିକ ବନ୍ଦେ ମାତରଂ ଗାୟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ବିଭାଗ ପ୍ରମୁଖ ଶ୍ରୀ ଯୁକ୍ତ ଦୀନବନ୍ଧୁ ଦାଶ ଉପସ୍ଥିତ ରହି ବନ୍ଦେ ମାତରଂ ର ୧୫୦ ବର୍ଷ ପୂର୍ତ୍ତି ଏବଂ ଏହାର ଯଥାର୍ଥତା ପ୍ରତିପାଦନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଉପସଭାପତି ଶ୍ରୀ ଯୁକ୍ତ ପ୍ରକାଶ ଚନ୍ଦ୍ର ପୁରୋହିତ, ସହ-ସମ୍ପାଦକ ଶ୍ରୀ ଯୁକ୍ତ ଦାମୋଦର ବେହେରା ସହିତ କୋଷାଧ୍ୟକ୍ଷ ଶ୍ରୀ ଯୁକ୍ତ ଗଜାନନ ବନଛୋର ଉପସ୍ଥିତ ଥିଲେ। ଏହି ଅବସରରେ ବ୍ରାହ୍ମଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଭାଗବତ ସାହୁ ସମେତ ବିଦ୍ୟାଳୟ ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।