September 27, 2026

TPWODL CSR ପକ୍ଷରୁ ବିଦ୍ୟୁତ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

IMG-20260926-WA0032
Share

 

ବରପାଲି – (ସୁଦାମ ଦୀପ)ବରଗଡ ଜ଼ିଲ୍ଲା ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଲାଦରପାଲି ଠାରେ TPWODL CSR ପକ୍ଷରୁ ଟାଟା ଭଲଣ୍ଟିୟରିଂ ମାସ (Tata Volunteering Month) ଅବସରରେ ଏକ ବିଦ୍ୟୁତ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟୁତର ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ବିଦ୍ୟୁତ ସୁରକ୍ଷାର ବିଭିନ୍ନ ନିୟମ ଏବଂ ବିଦ୍ୟୁତ ଦୁର୍ଘଟଣାକୁ ରୋକିବା ପାଇଁ ଆବଶ୍ୟକ ସତର୍କତା ସମ୍ପର୍କରେ ସଚେତନ କରିବା।ଏହି ଅବସରରେ ଅଶୋକ କୁମାର ସାହୁ, SDO, ଅତାବିରା, ଅମିତ ରାୟ, Divisional Safety Officer, ରାମସାଗର ନାଏକ, Divisional HR, ଏବଂ ଲାବଣ୍ୟେନ୍ଦୁ ପାତ୍ର, Safety Inspector ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟୁତ ସୁରକ୍ଷା ସମ୍ପର୍କରେ ଆବଶ୍ୟକୀୟ ସୂଚନା ଓ ସଚେତନତା ପ୍ରଦାନ କରିଥିଲେ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ହିମାଂଶୁ ଶେଖର ସାହୁ ଏବଂ ଅନ୍ୟ ଶିକ୍ଷୟିତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟୁତ ସମ୍ବନ୍ଧୀୟ ବିପଦ, ଦୁର୍ଘଟଣାରୁ ନିଜକୁ ସୁରକ୍ଷିତ ରଖିବାର ଉପାୟ ଏବଂ ଦୈନନ୍ଦିନ ଜୀବନରେ ସୁରକ୍ଷିତ ଅଭ୍ୟାସ ଅନୁସରଣର ଗୁରୁତ୍ୱ ବିଷୟରେ ଅବଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ TPWODL CSR ପକ୍ଷରୁ ଶ୍ରୀ ଶିବୁ ଆଚାର୍ଯ୍ୟ ଓ ଶ୍ରୀ ରୁଦ୍ର ପ୍ରସାଦ ଗୁରୁ ପରିଚାଳନା କରିଥିବାବେଳେ ପରିଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା।