September 24, 2026

ଅତ୍ୟଧିକ ଡିଜେ ସାଉଣ୍ଡ ଉପରେ ନିୟନ୍ତ୍ରଣ ଲଗେଇବାକୁ ଦାବୀ କଲା ଆମ୍ ଆଦମୀ ପାର୍ଟି 

IMG-20260924-WA0035
Share

 

 

ବରଗଡ଼ ୨୪/୯

: ବରଗଡ଼ ରେ ଧ୍ୱନୀ ପ୍ରଦୂଷଣ କୁ ନେଇ ଜିଲ୍ଲାପ୍ରଶାସନ ପାଖରେ ଫେରାଦ ହେଲା ଆମ୍ ଆଦମୀ ପାର୍ଟି।ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ଦିନ ଉଚ୍ଚ ଡେସିବଲ ବିଶିଷ୍ଟ ଡିଜେ ପ୍ରୋସେସନ ଗୁଡିକ ସାଧାରଣ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିବା ଗମ୍ଭୀର ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି। ନଏସ ପଲ୍ୟୁସନ ୨୦୦୦ ଆଇନ ଅନୁସାରେ ଜନବସତି ଅଂଚଳରେ ୫୫ ଡେସିବଲ ମଧ୍ୟ୍ୟ ରେ ଡିଜେ ର ଶବ୍ଦ ରହିବା କଥା କିନ୍ତୁ ଅତ୍ୟଧିକ ସାଉଣ୍ଡ ବଜେଇ କାର୍ଯ୍ୟକ୍ରମ କରାଯାଉଛି ଯଦ୍ୱାରା କି କାନ ର ପରଦା ନଷ୍ଟ ହେବା, ହୃଦୟ ଓ ମସ୍ତିଷ୍କ ଉପରେ ଚାପ ପଡିବା ବୃଦ୍ଧ ବୃଦ୍ଧା, ରୋଗୀ ମାନଙ୍କ ଉପରେ କୁପ୍ରଭାବ ପଡୁଥିବା ନଜିର ରହିଛି ତେଣୁ ଏହା ଯଥା ଶୀଘ୍ର କାର୍ଯାନୁଷ୍ଠାନ ଗ୍ରହଣ କରିବା ଓ ଧ୍ୱନୀ କୁ ନିୟନ୍ତ୍ରଣ ରେ ରଖିବା ପାଇଁ କଡାକଡ଼ି ନିୟମକୁ କାର୍ଯ୍ୟକାରୀ କରିବାକୁ ଆମ୍ ଆଦମୀ ପାର୍ଟି ନେତା ଭବାନୀ ସାହୁ ଅଭିଯୋଗ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ସ୍ୱରୂପ କୁମାର ଭୋଇ, ମହିଳା ନେତ୍ରୀ ମାରିୟମ ବାର୍ଲା, ଆଇନଜୀବୀ ରମେଶ ପତି, ମୋଇନ ମହମ୍ମଦ,ମିଲୁ ନାଗ ଉପସ୍ଥିତ ଥିଲେ।