କରସିଂଙ୍ଗିରେ ‘ସେବା ସେତୁ ସଂଙ୍କଳ୍ପ ଅଭିଯାନ “କାର୍ଯ୍ୟକ୍ରମ

ବୁଗୁଡ଼ା : ତା ୨୪/୦୯/୨୬ : (ହର ପ୍ରସାଦ ପାଢି) ସ୍ଥାନୀୟ ପଞ୍ଚାୟତ ସମିତି ପକ୍ଷରୁ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କରସିଂଙ୍ଗି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ “ସେବା ସେତୁ ସଂଙ୍କଳ୍ପ ଅଭିଯାନ-୨୦୨୬” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ଯେ ଲୋକଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେବା ସହ ସମସ୍ତ ସୁବିଧା ଗୋଟିଏ ସ୍ଥାନରେ ଉପଲବ୍ଧ କରାଇବା ଯେପରିକି ହିତାଧିକାରୀଙ୍କୁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ଏହି ସେବା ସେତୁ ଅଭିଯାନ ଦ୍ଵାରା ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନା ସହ ସଂଯୋଜିତ କରିବା, ଆବେଦନ ପ୍ରକ୍ରିୟାରେ ସହଯୋଗ କରିବା ଏବଂ ଆବଶ୍ୟକୀୟ ସହାୟତା ଯୋଗାଇଦେବାର ବ୍ୟବସ୍ଥା କରିବା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ବାବଧାନରେ ଉଭୟ କରସିଙ୍ଗି ଓ କରଚୁଲି ପଞ୍ଚାୟତର ଅଧିବାସୀଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୨୫ଟି ଆବେଦନ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରେ ଆରଏଚ୍ ସେକ୍ସନର ୧୧ଟି, ସାମାଜିକ ସୁରକ୍ଷା ବିଭାଗର ୭ଟି, ପାନୀୟ ଜଳ ବିଭାଗର ୪ଟି, ଉନ୍ନୟନମୂଳକ କାର୍ଯ୍ୟ ବିଭାଗର ୧ଟି, ମିଶନ ଶକ୍ତି ବିଭାଗର ୧ଟି ଓ ଆଇସିଡିଏସ ବିଭାଗର ୧ଟି ଆବେଦନ ରହିଥିଲା । ଏହି ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧୀୟ ସଚେତନତା ଓ ସେବା ପ୍ରଦାନ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ,କରଚୁଲି ଓ କରସିଂଙ୍ଗି ପଞ୍ଚାୟତର ପିଇଓଙ୍କ ସମେତ ଏମବିକେ, ସିଆରପି ଆଦି କର୍ମଚାରୀମାନେ ଉପସ୍ଥିତ ରହିଥିଲେ।
