September 24, 2026

ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଏନଏସଏସ ଦିବସ ପାଳିତ 

IMG-20260924-WA0034
Share

 

 

ବରପାଲି,୨୫/୯(ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ବ୍ଲକ କଦଳୀପାଲି ଜଗବନ୍ଧୁ ଦାଶ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା (ଏନ୍‌ଏସ୍ଏସ୍) ଦିବସ ପାଳିତ ହୋଇଛି। ମହାବିଦ୍ୟାଳୟ ଅଧ୍ଯକ୍ଷା ପଦ୍ମନୀ ଦାଶ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଭାବରେ ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗଦେଇଥିଲେ । ଏନଏସଏସ ସଂଯୋଜିକା ଅଧ୍ୟାପିକା ପିଙ୍କି ବାରିକ ସ୍ବାଗତ ଜଣାଇବା ସହ ସଭା ସଞ୍ଚାଳନ କରିଥିଲେ। ଏହି ଅବସରରେ ଅତିଥିଙ୍କ ଗହଣରେ ଛାତ୍ରୀ ଓ ଅଧ୍ୟାପନା ମଣ୍ଡଳୀଙ୍କ ସମେତ କର୍ମଚାରୀମାନେ ମହାବିଦ୍ୟାଳୟ କିପରି ପରିଷ୍କାର ପରିଚ୍ଛନ୍ନ ରଖିବେ ସେଇଥିପାଇଁ ଶପଥ ଗ୍ରହଣ କରିଥିଲେ I ପରେ ଏନଏସଏସର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ରୂପାୟନ ଉପରେ ଅତିଥିମାନେ ଆଲୋଚନା କରିଥିଲେ। ଏଥିରେ ଅଧ୍ୟାପିକା , ମନିଷା ଭୋଇ,ପୁନମ ସାହୁ,ଶୋଭାବତୀ ଥପା,ସସ୍ମିତା ମେହେର। ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ,କାଲିଆ ସାହୁ,ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ,ବୀରେନ୍ଦ୍ର ଖଟୁଆ, ନୃପରାଜ୍ ବରିହା,ତ୍ରିପୁରା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I ପରିଶେଷରେ ଅଧ୍ୟାପକ ନେପାଲ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।