September 24, 2026
ajiro khabar
Share

 

 

 

 

୧-ଭୁବନେଶ୍ୱର:ବିଧାନସଭାରେ ହଙ୍ଗାମା, ହଟ୍ଟଗୋଳ ,୧୧ ମିନିଟ୍ ଚାଲିଲା ଗୁହ।

 

୨-ପ୍ରବଳ ବର୍ଷା ଓ ପବନ ସ୍ଥିତି ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା:ଜିରୋ କାଜୁଆଲିଟିକୁ ଗୁରୁତ୍ବ।

 

୩-ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗରେ ବିଜେଡ଼ିର ରଣହୁଙ୍କାର, ବର୍ଷାରେ ଭିଜିଲେ,ତଥାପି ଗର୍ଜିଲେ।

 

୪-କଡ଼ ଲେଉଟାଉଛି ଜଳବାୟୁ; ଭୟଙ୍କର ବଦଳୁଛି ପାଣିପାଗ, କେଉଁଠି ପ୍ରବଳ ବର୍ଷା ତ କେଉଁଠି ଶୁଖିଲା ଭୂଇଁ।ଏଲନିନୋ ପ୍ରଭାବରେ ଦେଶବ୍ୟାପି ମୌସୁମୀର ପରିବର୍ତ୍ତନ।

 

୫-ମନ୍ଥର ଗତିରେ ଗଭୀର ଅବପାତ,ଦକ୍ଷିଣ ଓଡ଼ିଶାରେ ପ୍ରବଳବର୍ଷା ଆଶଙ୍କା:ଆଇଏମଡି ଡିଜି।

 

୬-ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଓଡ଼ିଶାରେ ୩୮୧ ଅଗ୍ନିଶମ ଟିମ୍ ସଜାଗ।

 

୭-ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା; ସିମିଳିଗୁଡ଼ାରେ ସର୍ବାଧିକ ୨୩୦.୨ ମିମି ରେକର୍ଡ।

 

୮-ଓଡ଼ିଶାରେ ଖୁବଶୀଘ୍ର ଗଡ଼ିବ ‘ଭାରତ ଟ୍ୟାକ୍ସି’; ଶସ୍ତାରେ ମିଳିବ କ୍ୟାବ୍ ସେବା,ଓଲା-ଉବରକୁ ଦେବ ଟକ୍କର।

 

୯-ପୁରୀ:ଶ୍ରୀନଅରରେ ସୁନିଆ ଉତ୍ସବ, ଗଜପତିଙ୍କ ୭୧ ଅଙ୍କ, ୧୪୩୪ ସାଲ ପ୍ରବେଶ।

 

୧୦-କଟକ ନିଆଳି ପନିର୍‌ରେ ମିଶୁଛି ମଇଦା ଓ ଡିଟରଜେଣ୍ଟ , ଅପମିଶ୍ରିତ ନେଇ ସ୍ପଷ୍ଟ କଲେ KMC ସ୍ୱାସ୍ଥ୍ୟ ଅଧିକାରୀ।

 

୧୧-ଭିଜିଲାନ୍ସର ବଡ଼ ଆକ୍ସନ: ୩୦୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗାଇସିଲେଟ୍ ବ୍ଲକ୍,କଟାଭାଲ ଗ୍ରାମପଞ୍ଚାୟତର ପିଇଓ ଗିରଫ।

 

୧୨-ପାତ୍ରପୁର:ତାଡ଼କା ସାହି-ଆଙ୍କୁଲି ରାସ୍ତାର ଚରିଆବାଡ଼ ନିକଟରେ ପାହାଡ଼ରୁ ବିରାଟ ପଥର ଖସି ୪୦ ଗ୍ରାମର ଯାତାୟାତ ଠପ୍, ଆଶ୍ରୟକେନ୍ଦ୍ରରେ ୧୭୨ ଜଣ।

 

୧୩-ଭୁବନେଶ୍ୱର:ସୁନା ଦୋକାନ ଓ ପେଟ୍ରୋଲ ପମ୍ପ୍ ଓଜନରେ ଠକେଇ,୨୩୦ଟି ମାମଲା ରୁଜୁ,୩୨ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଆଦାୟ।

 

୧୪-ଆସନ୍ତା ୨୭ ତାରିଖ ରବିବାର ବ୍ୟାଙ୍କ ଖୋଲା ରହିବ। ଗ୍ରାହକଙ୍କ ସୁବିଧା ଏବଂ ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି ରବିବାର ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି।

 

୧୫-ଶ୍ରୀକାକୁଲମ୍,ରବିଭଲସା:ରାଜ୍ୟରାଣୀ ଏକ୍ସପ୍ରେସ୍ ଧକ୍କାରେ ୪ ଯୁବକଙ୍କ ମୃତ୍ୟୁ; ମାଛ ଧରିବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ।

 

୧୬-୩୬ ପ୍ରଭାରୀଙ୍କ ନାମ ଘୋଷଣା କଲା ବିଜେପି, ହରିୟାଣା-ଛତିଶଗଡ଼ ଦାୟିତ୍ୱରେ ସ୍ମୃତି।

 

୧୭-ଓଡ଼ିଶା ବିଜେପି ପ୍ରଭାରୀ ହେଲେ ଡି.ପୁରୁନ୍ଦେଶ୍ୱରୀ, ସହ-ପ୍ରଭାରୀ ସ୍ୱଦେଶ ସିଂହ, ବୈଜୟନ୍ତଙ୍କୁ ମିଳିଲା ମହାରାଷ୍ଟ୍ର ଦାୟିତ୍ୱ।

 

୧୮-ପଶ୍ଚିମବଙ୍ଗରେ ସାନି ନିର୍ବାଚନ ପାଇଁ ଦାବି କଲେ ମମତା: କହିଲେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଗିରଫ କର।

 

୧୯-ମୁମ୍ବାଇ:ନିଟ୍ ପେପର ଲିକ୍ ମାମଲା,୨ ବର୍ଷ ପରୀକ୍ଷା ଦେଇ ପାରିବେ ନାହିଁ ଅଭିଯୁକ୍ତଙ୍କ ପୁଅ।

 

୨୦-ନୂଆଦିଲ୍ଲୀ: ଅମ୍ବାନୀଙ୍କୁ ଟପି ଆଦାନି ଦେଶର ସବୁଠୁ ଧନୀ। ସମ୍ପତ୍ତି ୧୩% ବଢ଼ି ୯.୨୩ ଲକ୍ଷ କୋଟି ହେଲା ।

 

 

 

 

🙏 *ସୁପ୍ରଭାତ* 🙏