September 24, 2026

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ତୁହାକୁ ତୁହା ବର୍ଷା, ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‍  

IMG-20260924-WA0007
Share

 

 

ସାନଖେମୁଣ୍ଡି ୨୩/୯( ବିଜୟ କୁମାର ପ୍ରଧାନ ) ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦୁଇଦିନ ଧରି ସାନଖେମୁଣ୍ଡି ଅଞ୍ଚଳରେ ଲାଗିରହିଥିବା ତୁହାକୁ ତୁହା ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ଦେଖିବାକୁ ମିଳିଛି। ଆଗକୁ ବାତ୍ୟା ସ୍ଥଳଭାବ ଛୁଇଁବା ପରେ ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ଥିବା ଜଣାପଡିଛି । ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ନେଇ ନଈକୂଳିଆ ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା କରିବା ସହ ଲୋକଙ୍କ ଧନଜୀବନର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ପାଇଁ ସାନଖେମୁଣ୍ଡି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର କୌଣସି ଅଘଟଣ କୁ ଏଡ଼ାଇବା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଜୀତେନ୍ଦ୍ର କୁମାର ମିଶ୍ର,ତହସିଲଦାର ରାମଚନ୍ଦ୍ର ଚନ୍ଦ୍ର ପଟ୍ଟନାୟକ,ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ଆଡପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ବାହାନ ଦାସ ବିଭାଗ କର୍ମଚାରୀ ଅଗ୍ନିଶମ ବାହିନୀ ପ୍ରମୁଖ ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ସୂଚନା ମିଳିଛି। ଜଳସଂପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ପ୍ରବୀଣ କୁମାର ସାହୁ,କୃଷି ବିଭାଗ , ବିଦ୍ୟୁତ୍ ବିଭାଗ କର୍ମଚାର, ସମେତ ବିଭିନ୍ନ ବିଭାଗର ପଦାଧିକାରୀମାନେ ନିଜନିଜ ଅଫିସ ରେ ରହିଥିବା ଲକ୍ଷ୍ୟ କରାଯାଇଛି । ତୁହା କୁ ତୁହା ପ୍ରବଳ ବର୍ଷା ହେବା ଫଳରେ ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟି ପାହାଡ଼ରୁ ପଥର ଖସିବା କାରଣରୁ ରାସ୍ତା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ଜଣାପଡ଼ିଛି। ଘୋଡାହାଡ ନଦୀ ରେ ଜଳ ସ୍ତର ବଢ଼ିବାରେ ଲାଗିଛି ।ଏହାକୁ ଦୃଷ୍ଟି ରେ ରଖି ନଦୀ କୂଳରେ ଥିବା ଗ୍ରାମ ବାସୀ ଙ୍କୁ ସାନଖେମୁଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସତେତନତ କରିବା ସହ ଗୃହ ପାଳିତ ପଶୁ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦିଆଯାଇଛି।ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ସଫଳ ମୁକାବିଲା ପାଇଁ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ୨୬ ଟି ପଞ୍ଚାୟତ ରେ ଅଫିସର୍ କର୍ମଚାରୀ ମାନେ ଉପସ୍ଥିତ ଅଛନ୍ତି।୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି।ଭ୍ରାମ୍ୟମାଣ ଆମ୍ବୁଲାନ୍ସ , ପାନୀୟ ଜଳ ବିଭାଗ ସୁବନ୍ଦୋବସ୍ତ କରିବା,ସମ୍ଭାବ୍ୟା ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଜନଜୀବନର ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ଓ। ଜରୁରୀକାଳୀନ ସ୍ଥିତିରେ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଓ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‍ ରୁମ୍‍ ଖୋଲାଯାଇଥିବା ଜଣାପଡିଛି ।